ସେପ୍ଟେମ୍ବରରୁ ବିଶ୍ଵବିଦ୍ୟାଳୟ ଶିକ୍ଷାବର୍ଷ, ଅନ୍ଲାଇନ୍ରେ ପରୀକ୍ଷା ପରାମର୍ଶ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଏ ବର୍ଷ ଶିକ୍ଷାବର୍ଷ ଜୁଲାଇ ବଦଳରେ ସେେ୍ପଟମ୍ବରରୁ ଆରମ୍ଭ ହୋଇପାରେ। ପରିସ୍ଥିତିକୁ ଅନଧ୍ୟାନ କରି ରିପେଯଟ; ଦେବା ପାଇଁ ଗଠିତ ୟୁଜିସି କମିଟି ୟୁଜିସିଙ୍କୁ ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀ ବ୍ୟାପିବାକୁ ରୋକ୍ ଦେବା ଲାଗି ଯେଉଁ ପ୍ରତିରୋଧ ମୂଳକ ପଦକ୍ଷେପ ନିଆଯାଉଛି ତାହାକୁ ଆଖିରେ ରଖି ଏପରି ପଦକ୍ଷେପ ସରକାର ଘୋଷଣା କରିପାରନ୍ତି। ଏହାବାଦ୍ ବିଶ୍ଵବିଦ୍ୟାଳୟମାନେ ସେମାନଙ୍କ ପରୀକ୍ଷାକୁ ଏବର୍ଷ ଅନ୍ଲାଇନ୍ ମାଧ୍ୟମରେ କରାଇବାର ସୁଯୋଗ ପାଇପାରନ୍ତି।
ୟୁଜିସି ଦ୍ଵାରା ଗଠିତ ଏହି କମିଟିଙ୍କ ପରାମର୍ଶ ଯଦି ଗ୍ରହଣ କରାଯାଏ ତେବେ କେବଳ ବିଶବ୍ବିଦ୍ୟାଳୟ ନୁହେଁ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ ଏହା ଲାଗୁ କରାଯିବ।
କରୋନା ମହାମାରୀ ପରିସ୍ଥିତିରୁ ପରୀକ୍ଷା ପରିଚାଳନା ଓ ପାଠପଢା ହାନୀ ସମ୍ପର୍କରେ ତଦାରଖ କରିବାକୁ ୟୁଜିସି ପକ୍ଷରୁ ୨ଟି କମିଟ ଗଠନ କରାଯାଇଥିଲା । ଗୋଟିଏ କମିଟି ହରିୟାଣା ବିଶ୍ୱବିଦ୍ୟାଳୟ କୁଳପତି ଆରସି କୁଲାଢଙ୍କ ଅଧ୍ୟକ୍ଷତାରେ ବସିଥିବା ବେଳେ ଅନ୍ୟଟିର ଅଧ୍ୟକ୍ଷତା କରୁଥିଲେ ଇଗ୍ନୁ କୁଳପତି ନାଗେଶ୍ୱର ରାଓ। ପ୍ରଫେସର କୁଲାଢଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ କମିଟି ବିଶ୍ୱ ବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା କିପରି ହେବ ସେସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି। ଠିକ୍ ସେହିଭଳି ପରୀକ୍ଷା ବାବଦରେ ପ୍ରଫେସରନାଗେଶ୍ଵର ରାଓଙ୍କ କମିଟି ଅନେକ ଆଲୋଚନା କରିଛନ୍ତି।
ଏହି କମିଟିଙ୍କ ପରାମର୍ଶ ଅନୁସାରେ ଯଦି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଅଛି ସେମାନେ ଅନଲାଇନରେ ପରୀକ୍ଷା କରିପାରିବେ। ଯଦି ନାହିଁ ତେବେ କଟକଣା ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ । ସେହିପରି ବିଶ୍ୱ ବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏଥର ଶିକ୍ଷା ବର୍ଷ ଜୁଲାଇରୁ ଆରମ୍ଭ ନ ହୋଇ ସେପେଫମ୍ବରରୁ ଆରମ୍ଭ କରାଯାଇପାରିବ ବୋଲି ଏକ କମିଟି ସୁପାରିସି କରିଛନ୍ତି। ଏହାକୁ ଆଖରେ ରଖି ୟୁଜିସି ତାଙ୍କ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିବେ।