ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା ଛଅ ଯୋଡ଼ା ଟ୍ରେନ ସମ୍ପ୍ରସାରିତ
ରେଳଯାତ୍ରୀ ମାନଙ୍କୁ ରେଳଯାତ୍ରା ସମୟରେ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମଧ୍ୟ ଦେଇ ଏବଂ ଏହା ପରିସୀମା ମଧ୍ୟରୁ ଛାଡୁଥିବା ଅଥବା ଚଳାଚଳ କରୁଥିବା ଛଅ ଯୋଡ଼ା ଟ୍ରେନର ସେବାକୁ ସମ୍ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି I
୧୮୧୦୭/୧୮୧୦୮ ରାଉରକେଲା-କୋରାପୁଟ-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସକୁ ଜଗଦଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ଥିବା ବେଳେ ୨୨୮୮୯/୨୨୮୯୦ ହାଓଡ଼ା-ବିଜୟୱାଡା-ହାଓଡ଼ା ହମସଫର ଏକ୍ସପ୍ରେସ କୁ ତିରୁପତିକୁ, ୧୨୬୦୪/୧୨୬୦୩ ଭିଲୁପୁରମ-ଖଡ଼ଗ୍ପୁର-ଭିଲୁପୁରମ ଏକ୍ସପ୍ରେସ କୁ ପୁରୁଲିଆକୁ, ୧୮୪୧୫/୧୮୪୧୬ ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସ କୁ ରାଉରକେଲାକୁ, ୬୮୪୩୩/୬୮୪୩୪ କଟକ-ବ୍ରହ୍ମପୁର-କଟକ ମେମୁ କୁ ଇଚ୍ଛାପୁର ପର୍ଯ୍ୟନ୍ତ ଏବଂ ୫୮୫୨୬/୫୮୫୨୫ ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜର କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସ୍ଥିର କରାଯାଇଅଛି I
କଟକ-ବ୍ରହ୍ମପୁର-କଟକ ମେମୁ ଏବଂ ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜରର ସମ୍ପ୍ରସାରଣ ତାରିଖ ଚଳିତ ମାସ ୨୬ ତାରିଖଠାରୁ ଧାର୍ଯ୍ୟ କରାଯାଉଥିବାବେଳେ ରାଉରକେଲା-କୋରାପୁଟ ଏକ୍ସପ୍ରେସ, ହାଓଡ଼ା-ବିଜୟୱାଡା ହମସଫର ଏକ୍ସପ୍ରେସ, ଭିଲୁପୁରମ-ଖଡ଼ଗ୍ପୁର ଏକ୍ସପ୍ରେସ ଓ ପୁରୀ-ବଡ଼ବିଲ ଏକ୍ସପ୍ରେସର ସମ୍ପ୍ରସାରଣ କୁ ପର୍ଯ୍ୟାୟକ୍ରମେ କରାଯିବାକୁ ସ୍ଥିର କରାଯାଇଅଛି I
ମାନନୀୟ ରେଳମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରେ ସମଗ୍ର ଭାରତୀୟ ରେଳପଥରେ ସମୁଦାୟ ୨୨ ଯୋଡ଼ା ଟ୍ରେନର ସମ୍ପ୍ରସାରଣକୁ ଘୋଷଣା କରିଥିବାବେଳେ ଏଥିମଧ୍ୟରୁ ପୂର୍ବତଟ ରେଳପଥରୁ ବା ଏହା ମଧ୍ୟଦେଇ ଚଳାଚଳ କରୁଥିବା ଛଅ ଯୋଡ଼ା ଟ୍ରେନ ଅନ୍ତର୍ଭୁକ୍ତ I
ପୂର୍ବତଟ ରେଳପଥରେ ଚାଲୁରହିଥିବା ପ୍ରକଳ୍ପ ସମ୍ବନ୍ଧରେ ମହାପ୍ରବନ୍ଧକଙ୍କ ସମୀକ୍ଷା

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପୁର୍ନେନ୍ଦୁ ଶେଖର ମିଶ୍ର ଗତକାଲି ଓ ଆଜି ରେଳପଥର ମୁଖ୍ୟାଳୟ ରେଳସଦନଠାରେ ରେଳପଥର ପରିସୀମାମଧ୍ୟରେ ଚାଲୁରହିଥିବା ଗୁରୁତ୍ୱପୂର୍ଣ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବା ସହ ଶୀଘ୍ର ସମ୍ପାଦନ କରିବାକୁ ରେଳବାଇର ପ୍ରମୁଖ ଅଧିକାରୀମାନଙ୍କୁ କହିଛନ୍ତି I ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର, ଅନୁଗୁଳ-ସୁକିନ୍ଦା, ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ; ସମ୍ବଲପୁର-ଟିଟିଲାଗଡ଼ ଓ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଦୋହରୀକରଣ ସହିତ ଅନ୍ୟାନ କାର୍ଯ୍ୟଗୁଡିକ ଅନ୍ତର୍ଭୁକ୍ତ I ପ୍ରକଳ୍ପ ଗୁଡିକର ସଫଳତା ପାଇଁ ଆବଶ୍ୟକ ସାମଗ୍ରୀ ଭାବେ ବିସ୍ତୃତ ଓ ସଠିକ ଯୋଜନା, କୁଶଳ ଟେଣ୍ଡର ପ୍ରକ୍ରିୟା ଏବଂ ନିର୍ମାଣ କାର୍ଯ୍ୟର ତଦାରଖ ପ୍ରତି ବିଶେଷ ଧ୍ୟାନଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ I ତଳ ସ୍ତରରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଅର୍ମଚାରୀ ମାନଙ୍କ ସହିତ ଉଚିତ ସମନ୍ୱୟ ରଖି କାର୍ଯ୍ୟକରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ I
