ମୋଦୀଙ୍କ ‘ମୁଁ ବି ଚୌକିଦାର’ କ୍ୟାମ୍ପନକୁ ନିର୍ବାଚନ କମିଶନଙ୍କ ନୋଟିସ୍
ନିର୍ବାଚନରେ ବିଜୟ ପାଇଁ ବଡ଼ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୁଁ ବି ଚୌକିଦାର’ କ୍ୟାମ୍ପେନକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଝଟକା ଲାଗିଛି। ଏହି ‘ମୁଁ ବି ଚୌକିଦାର’ କ୍ୟାମ୍ପେନ ବିରୋଧରେ ନିର୍ବାଚନ କମିଶନ ନୋଟିସ୍ ଦେଇଛନ୍ତି। ନିର୍ବାଚନ କମିଶନଙ୍କ ବିନା ଅନୁମତିରେ ଏହି ‘ମୁଁ ବି ଚୌକିଦାର’ କ୍ୟାମ୍ପେନକୁ କିପରି ସୋସାଲ ମିଡ଼ିଆରେ ପ୍ରଚାର କରାଯାଉଛି ବୋଲି ନୋଟିସରେ କାରଣ ଦର୍ଶାଇବାକୁ କୁହାଯାଇଛି।
ଏହି ‘ମୁଁ ବି ଚୌକିଦାର’ କ୍ୟାମ୍ପେନ ଭିଡ଼ିଓକୁ ବିଜେପି ନିର୍ବାଚନ କମିଟିର ସଦସ୍ୟ ନୀରଜ କୁମାର ସୋସାଲ ମିଡ଼ିଆରେ ସେୟାର କରିଛନ୍ତି। ତେଣୁ ନିର୍ବାଚନ କମିଶନ ନୀରଜ କୁମାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି। ଏହି ନୋଟିସର ଉତ୍ତର ୩ଦିନ ଭିତରେ ରଖିବାକୁ କମିଶନଙ୍କ ପକ୍ଷରୁ କୁହାଯାଇଛି।