୩୧ରେ ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀ ସମ୍ମିଳନୀ
ଭୁବନେଶ୍ୱର(ଓଟି): ଭୁବନେଶ୍ଵରରେ ହେବ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ। ଆସନ୍ତା ୩୧ରେ ଏହି ସମ୍ମିଳନୀ ହେବାକୁ ଥିବାବେଳେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି କୁହାଯାଉଛି। ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ହେବାକୁ ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।