ବାସି ରୁଟି ଖାଇଲେ ମିଳିବ ଅନେକ ରୋଗରୁ ଉପଷମ

(ଓଡଶା ଟାଇମ୍): ବେଳେବେଳେ ଲୋକମାନେ କୁହନ୍ତି ବାସି ଖାଦ୍ୟ ଖାଇଲେ ଫୁଡ଼ ପଏଜନିଙ୍ଗ ହେବା ସମ୍ଭାବନା ଅଧିକ ଥାଏ।। ଗହମ ରୁଟି କଥା ଦେଖିବାକୁ ଗଲେ ରାତିରେ ରହିଯାଇଥିବା ରୁଟିକୁ ଆପଣ ବିନା କୌଣସି ଡ଼ରରେ ଖାଇପାରିବେ । ରୁଟିରେ ଭରପୁର ଫାଇବର ଥିବାରୁ ଆମ ଦେହରେ ହଜମ କ୍ରିୟାରେ ସାହାଯ୍ୟ କରିଥାଏ । ସବୁଦିନ କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା କିଛି ରୋଗ ମଧ୍ୟ ଠିକ ହୋଇଯାଏ । ଆସନ୍ତୁ ଜାଣିବା ବାସି ରୁଟି ଖାଇଲେ କଣ କଣ ରୋଗ ଭଲ ହୁଏ ।

ଡ଼ାଇବେଟିସ : ବାସି ରୁଟି ଖାଇବା ଦ୍ୱାରା ଡ଼ାଇବେଟିସ(ମଧୁମେହ) ବା ସୁଗର ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ । ବିନା ଚିନିରେ କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ରୋଗ ଭଲ ହୋଇଥିାଏ।

ବ୍ଲଡ଼ ପ୍ରେସର(ରକ୍ତଚାପ) : ଥଣ୍ଡା କ୍ଷୀରରେ ବାସି ରୁଟିକୁ ଭଲ ଭାବେ ବତୁରେଇ ରଖନ୍ତୁ । ଏହି ବତୁରିଥିବା ରୁଟିକୁ ସକାଳେ ଜଳଖିଆ ଭାବରେ ଖାଆନ୍ତୁ । କ୍ଷୀରରେ ଚିନି ଆପଣଙ୍କ ପସନ୍ଦ ଅନୁସାରେ ପକାଇ ଖାଇପାରିବେ । ଏପରି ଖାଇବା ଦ୍ୱାରା ଖରା ଦିନରେ ଶରୀରର ତାପମାତ୍ରା ମଧ୍ୟ ସନ୍ତୁଳିତ ରହିଥାଏ ।

ମାନସିକ ଚାପ : ପେଟ ଖରାପ ରହୁଥିବା କାରଣରୁ ଯଦି ଆପଣଙ୍କ ମାନସିକ ଚିନ୍ତା ଲାଗି ରହୁଛି ତେବେ ବାସି ରୁଟିକୁ କ୍ଷୀର ସହ ଖାଇବା ଦରକାର । ଏପରି ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହେବା ସହ ମାନସିକ ଚାପ ମଧ୍ୟ ରୁହେ ନାହିଁ ।

ବାସି ରୁଟି ଖାଇବା ଦ୍ୱାରା ଶରୀର କୌଣସି କ୍ଷତି ହୁଏ ନାହିଁ । ବାସି ରୁଟି କ୍ଷୀର ସହ ଖାଇବା ବେଳେ ବ୍ଲଡ଼ ପ୍ରେସର ଓ ଡ଼ାଇବେଟିସ ଔଷଧ ଏକାବେଳେ ଛାଡ଼ିବେନି । ଡ଼ାକ୍ତରଙ୍କ ପରାମର୍ଶ ନେଇ ଧିରେ ଧିରେ ଔଷଧ ଠାରୁ ନିବୃତ ରହିବେ ।

Leave a Reply

Your email address will not be published. Required fields are marked *