କରୋନା ଆତଙ୍କକୁ ଭୂକମ୍ପନ ଭୟ

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଆତଙ୍କ ବେଳେ ପ୍ରକୃତିର ଆହୁରି ପ୍ରକୋପ ଦେଖିବାକୁ ମିଳିଛି। ଏହିକ୍ରମରେ ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବଡ଼ ଧରଣର କମ୍ପନ ନହୋଇଥିଲେ ମଧ୍ୟ ସାଧାରଣାରେ ଭୟ ଖେଳି ଯାଇଛି। କରୋନା ଭୟ ପାଇଁ ଲୋକେ ଲକ୍‌ଡାଉନରେ ଘର ଭିତରେ ଥିବାବେଳେ ଭୂକମ୍ପନ ଅଧିକ ଆତଙ୍କ ଖେଳାଇ ଦେଇଛି।

ସୂଚନା ଅନୁସାରେ ହିମାଚଳପ୍ରଦେଶର ଚମ୍ବା ଅଞ୍ଚଳରେ ଦିନ ୧୨ଟା ୧୭ରେ ଭୂକମ୍ପ ଅନୂଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୪ ଥିବା ରିକ୍ଟର ସ୍କେଲରେ ରେକର୍ଡ ହୋଇଛି। କିନ୍ତୁ ରିପୋର୍ଟ ପ୍ରସ୍ତୁତ କରାଯିବା ସୁଦ୍ଧା ଧନଜୀବନ ହାନି କିମ୍ବା କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିଲା।

Leave a Reply

Your email address will not be published. Required fields are marked *