ଲକ୍ଡାଉନ୍ରେ ‘ଜିଓ ଆସୋସିଏଟ୍’: ଜିଓ ଗ୍ରାହକ ଅନ୍ୟ ପାଇଁ ରିଚାର୍ଜକରି କମିଶନ ଅର୍ଜନ କରିପାରିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶ ସାରା ଲକ୍ଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ। ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ। ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ। ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ଵତନ୍ତ୍ର ଯୋଜନା ଘୋଷଣା କରାଯାଇଛି।
ଜିଓ ଆସୋସିଏଟ୍ ହେବା ଲାଗି କୌଣସି ଗ୍ରାହକଙ୍କୁ ଜିଓ ପିଓଏସ୍ ଲାଇଟ୍ ଆପ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିବାକୁ ହେବ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ। ଏହି ଆପ୍ରେ ନିଜକୁ ପଞ୍ଜିକୃତ କରିବା ସହ ପ୍ରାରମ୍ଭିକ ଭାବେ ୧୦୦୦ ଟଙ୍କା ଆକାଉଣ୍ଟରେ ଜମା କଲେ ସଙ୍ଗେସଙ୍ଗେ ସେହି ଆକାଉଣ୍ଟରେ ୪ ପ୍ରତିଶତ ହାରରେ ୪୦ଟଙ୍କା ଅଧିକ ମୋବାଇଲ୍ ଫୋନ୍ ରିଚାର୍ଜ ପାଇଁ ଉପଲବ୍ଧ ହେବା ସହ ଏହି ୪୦ ଟଙ୍କାର ୪ ପ୍ରତିଶତ ବି ଆକାଉଣ୍ଟକୁ ଆସିବ। ଅର୍ଥାତ୍ ୧୦୦୦ ଟଙ୍କା ମୂଳ ରାଶି ଆକାଉଣ୍ଟ ଖୋଲିଲେ ଆପଣ ରିଚାର୍ଜ ପାଇଁ ୧୦୪୧ଟଙ୍କା ୬୦ ପଇସା ପାଇପାରିବେ। ଏହି ସମୁଦାୟ ରାଶିକୁ ଆପଣ ନିଜର ବା ନିଜ ପରିବାର, ବନ୍ଧୁ ବା ପଡ଼ୋଶୀଙ୍କ ଜିଓ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଆପଣଙ୍କ ଆକାଉଣ୍ଟରେ ପରବର୍ତ୍ତୀ ବାଲାନ୍ସ ପାଇବା ଲାଗି ସର୍ବନିମ୍ନ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।
ଏହି ଟଙ୍କାରେ ଆପଣ ଜଣଙ୍କ ମୋବାଇଲ୍ ନୁହେଁ, ବରଂ ବିଭିନ୍ନ ମୋବାଇଲ୍କୁ ରିଚାର୍ଜ କରିପାରିବେ। ଜିଓ ଆସୋସିଏଟ୍ ଯୋଜନାରେ ପ୍ରବେଶ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ପ୍ରାରମ୍ଭିକ ଅଫର ଭାବେ ଏହାକୁ ଛାଡ଼ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।
ଆଗକୁ ଜିଓ ପକ୍ଷରୁ ଏହି ଯୋଜନାରେ ନୂଆ ଫିଚର ଓ ବ୍ୟବସ୍ଥା ଉପଲବ୍ଧ କରାଯିବା ଲକ୍ଷ୍ୟ ରହିଛି। ଏହି ଜିଓ ଆସୋସିଏଟ୍ ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣଙ୍କୁ ୧୮ ବର୍ଷ ବା ତା’ଠୁ ଅଧିକ ବୟସ ହୋଇଥିବା ଆବଶ୍ୟକ। ଏହାଛଡ଼ା ଆପଣଙ୍କର ଏକ ସ୍ମାର୍ଟଫୋନ୍ ସହ ଜିଓ ସଂଯୋଗ ଥିବା ଆବଶ୍ୟକ।