ସାନ ନାଁରେ ବଡ଼ଭାଇ ପରୀକ୍ଷା କେନ୍ଦ୍ରରେ

ଭୁବନେଶ୍ଵର(ଓଟି): ଯେତେ କଟକଣା ହେଉ କି କଡ଼ାକଡ଼ି ଯାଞ୍ଚ; ପରୀକ୍ଷାରେ ଅସାଧୁ ଉପାୟ ସମ୍ପୂର୍ଣ୍ଣ ରୋକାଯାଇପାରୁନି। ସମ୍ପ୍ରତି ମାଟ୍ରିକ୍‌ ପରୀକ୍ଷା ଚାଲିଥିବାବେଳେ ଗୋଟିଏ ପରେ ଗୋଟିଏ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ଘଟଣା ନଜରକୁ ଆସୁଛି। ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ବିଷୟ ପାଇଁ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ସମ୍ବଲପୁର ଓ ବାଲେଶ୍ଵରରେ ଏଭଳି ଘଟଣା ନଜରକୁ ଆସିଥିଲା। ଆଜି ଇଂରାଜୀ ପରୀକ୍ଷାରେ ମଧ୍ୟ ସେଭଳି ଏକ ଘଟଣା ଘଟିଛି। ସାନଭାଇ ନାଁରେ ବଡ଼ଭାଇ ପରୀକ୍ଷା କେନ୍ଦ୍ରରେ ଧରାପଡ଼ିଛନ୍ତି। ପୁରୀ ଜିଲ୍ଲାରେ ଏଭଳି ଘଟିଛି।

ପୁରୀ ସଦର ବାସୁଦେବପୁର କନକଦୁର୍ଗା ହାଇସ୍କୁଲର ଜଣେ ପରୀକ୍ଷାର୍ଥୀ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ତେବେ ତାଙ୍କ ପାଇଁ  ବଡ଼ଭାଇ ପରୀକ୍ଷା ଦେଇ ଯାଞ୍ଚବେଳେ ଧରାପଡ଼ିଛନ୍ତି। ସାନଭାଇ ସ୍କୁଲରୁ ଆଡ୍‌ମିଟ କାର୍ଡ ନେଇ ପରୀକ୍ଷା ଦେଉଥିବାବେଳେ ଆଜିର ପରୀକ୍ଷାରେ ଡାକ ବିଭାଗରେ ଚାକିରି କରୁଥିବା ବଡ଼ଭାଇ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସାନ ବାହାରେ ରହିଥିଲେ। ଘଟଣାକୁ ନେଇ ତନାଘନା ଚାଲିଛି।

Leave a Reply

Your email address will not be published. Required fields are marked *