ଆପଣ ଏହି ସ୍ୱପ୍ନ ଦେଖୁଛନ୍ତି କି? ତାହେଲେ ହୋଇଯିବେ କରୋଡ଼ପତି
ଆମେ ଶୋଇପଡ଼ିବା ପରେ ଆମର ମନ ଅଚେତନ ଅବସ୍ଥାକୁ ଚାଲିଯାଏ । ଫଳରେ ଆମେ ସ୍ୱପ୍ନ ଦେଖିଥାଉ । ମନୋବୈଜ୍ଞାନିକ ଧାରାରେ ଏଭଳି କୁହାଯାଇଥାଏ । କିନ୍ତୁ ଭାରତୀୟ ଶାସ୍ତ୍ରଗୁଡ଼ିକରେ ସ୍ୱପ୍ନ ସମ୍ବନ୍ଧୀୟ ଅନେକ ବର୍ଣ୍ଣନା ରହିଛି । ବ୍ୟକ୍ତି ଯେଉଁ ସ୍ୱପ୍ନ ଦେଖେ ଭବିଷ୍ୟତ ଜୀବନ ସହିତ ତାହାର ଗଭୀର ସମ୍ପର୍କ ଥାଏ ବୋଲି ଶାସ୍ତ୍ରବିଦିତ । ତେବେ ଶାସ୍ତ୍ରକଥନ ଅନୁଯାୟୀ ଏଭଳି କିଛି ସ୍ୱପ୍ନ ରହିଛି, ଯାହାକୁ ଦେଖିବା ଦ୍ୱାରା ଆଗାମୀ ଦିନରେ ଅଧିକରୁ ଅଧିକ ମାତ୍ରାରେ ଧନସମ୍ପତି ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ତେବେ ଆସନ୍ତୁ ଜାଣିବା-
୧- ଯଦି ଆପଣ ସ୍ୱପ୍ନରେ ପାଣି ଲହରୀ ଖେଳୁଥିବା ଦେଖୁଛନ୍ତି କିମ୍ବା ସମୁଦ୍ର ଦେଖୁଛନ୍ତି, ତାହେଲେ ଏହା ଆଗାମୀ ଦିନରେ ଆପଣଙ୍କୁ ଧନବାନ୍ କରାଇବା ବୋଲି ଶାସ୍ତ୍ରମତ ରହିଛି ।
୨- କୌଣସି ସିନ୍ଧୁକ ଖୋଲିବା , ମୁଦି, ସବୁଜ ରଙ୍ଗର କିଛି ଜିନିଷ କିମ୍ବା ବିଛା ଦଂଶନ କରୁଥିବା ଇତ୍ୟାଦି ସ୍ୱପ୍ନରେ ଦେଖିବା ଦ୍ୱାରା ଧନର ଅଧିକାରୀ ହେବାର ପୂର୍ବ ସୂଚନା ମିଳିଥାଏ ।
୩- ଆପଣ ନିଜେ ଅନ୍ୟକୁ ରୁଟି ଦେଉଥିବାର ସ୍ୱପ୍ନ ଦେଖିଲେ, ଏହା ଧନ ଆଗମନର ସୂଚକ ବୋଲି ଧରାଯାଏ ।