କରୋନା: ଗୋଟିଏ ଭେଣ୍ଟିଲେଟରରେ ଅନେକଙ୍କ ଚିକିତ୍ସା ସମ୍ଭବ
ନୂଆଦିଲ୍ଲୀ (ଓଟି): ଜରୁରୀକାଳୀନ ସ୍ଥିତିରେ ଭାରତର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ଭେଣ୍ଟିଲେଟର ଦେବା ଲାଗି ପ୍ରସ୍ତୁତ ହେଉଛି ପ୍ରତିରକ୍ଷା ଗବେଷଣା ସଂଗଠନ ( ଡିଆର୍ଡିଓ)। ଭାରତର କ୍ଷେପଣାସ୍ତ୍ର ଓ ଚାଳକ ବିହୀନ ବିମାନ ନିର୍ବାଣ କ୍ଷେତ୍ରରେ ନିଜସ୍ଵ ଜ୍ଞାନ କୌଶଳ ବ୍ୟବହାର କରି ଅନେକଥର ପ୍ରଶଂସିତ ହେଉଥିବା ଡିଆରଡିଓ କୋଭିଡ୍୧୯ କରୋନା ମହାମାରୀ ପରିସ୍ଥିତିରେ ଭାରତର ଚିକିତ୍ସା କ୍ଷେତ୍ରକୁ ଜରୁରୀକଳୀନ ସେବା ଯୋଗାଇବା ଲାଗି ଏକ ସ୍ଵତନ୍ତ୍ର ଭେଣ୍ଟିଲେଟର ଯୋଗାଇବା ବ୍ୟବସ୍ଥା କରିଛି। ଏହି ଭେଣ୍ଟିଲେଟର ଏକାଧିକ ରୋଗୀଙ୍କ କାମରେ ଆସିପାରିବ। ପୂର୍ବରୁ ଆଇସିୟୁରେ ଥିବା ଗୋଟିଏ ଶଯ୍ୟା ପାଇଁ ଗୋଟିଏ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଉଥିଲା। ଏବେ ଡିଆର୍ଡିଓ ଦ୍ଵାରା ବିକଶିତ କରାଯାଉଥିବା ସ୍ଵାଦଶ ଭେଣ୍ଟିଲେଟରରେ ଏକାଧିକ ରୋଗୀଙ୍କ ଚିକିତ୍ସା ହୋଇପାରିବ।
ଭେଣ୍ଟିଲେଟର ରୋଗୀର ଶରୀରକୁ ଅମ୍ଳଜାନ ଦେବାରେ ସହାୟକ ହୋଇଥାଏ। ଯେତେବେଳେ ଶ୍ଵାସକ୍ରିୟାରେ ରୋଗୀ ସଙ୍କଟଜନକ ସ୍ଥିତିକୁ ଆସିଥାଏ ସେତେବେଳେ ରୋଗୀ ପାଇଁ ଭେଣ୍ଟିଲେଟର ଏକମାତ୍ର ଆଶା ହୋଇଥାଏ। କୋଭିଡ୍୧୯ ମହାମାରୀ ଫୁଶ୍ଫୁସ୍କୁ ଅଧିକ ଆକ୍ରାନ୍ତ କରୁଥିବାରୁ ଭେଣ୍ଟିଲେଟର ଆବଶ୍ୟକତା ଏବେ ସାରା ବିଶ୍ଵ ଅନୁଭବ କରୁଛି। ଏଥିଲାଗି ଆବଶ୍ୟକତା ଅଧିକ ରହିଥିଲେ ମଧ୍ୟ ସେହି ତୁଳନାରେ ଭେଣ୍ଟିଲେଟର ଉପଲବ୍ଧ ହୋଇପାରୁ ନାହିଁ। ଭାରତ ସରକାର ନୋଇଡ଼ାରେ ଥିବା ଆଗ୍ଭା କମ୍ପାନୀକୁ ୧୦ ହଜାର ଭେଣ୍ଟିଲେଟର ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି। ଏପ୍ରିଲ୍ ଦ୍ଵିତୀୟ ସପ୍ତାହରୁ ଏହି ଯୋଗାଣ ଆରମ୍ଭ ହେବ।
କିନ୍ତୁ କୋଭିଡ୍୧୯ ବ୍ୟାପକତାକୁ ଦେଖଇଲେ ଯଦି ଭାରତରେ ତୃତୀୟ ସ୍ତର ସଂକ୍ରମଣ ହୁଏ ତେବେ କ୍ଷୀପ୍ର ଗତିରେ ରୋଗୀଙ୍କ ସଂଖ୍ୟା ବଢ଼ିବ। ଏଣୁ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ହସ୍ପିଟାଲ୍ ବ୍ୟବସ୍ଥା କରାଯାଇଛି। ହେଲେ କ୍ରିଟିକାଲ୍ କେୟାର ପ୍ରଦାନ ଲାଗି ଅବାଶ୍ୟକ ଆଇସିୟୁ ଏବଂ ଭେଣ୍ଟିଲେଟର ନାହିଁ। ଏଣୁ ସରକାରଙ୍କୁ ଏ ଦିଗରେ ସହାୟକ ହେବା ଲାଗି ଡିଆର୍ଡିଓ ନିଜସ୍ଵ ଗବେଷଣା କରିଛନ୍ତି। ଏହି ପ୍ରୋଟୋଟାଇପ୍ ଭେଣ୍ଟିଲେଟର ପ୍ରସ୍ତୁତ ଶେଷ ହୋଇଛି ବୋଲି ଡିଆର୍ଡିଓ ମୁଖ୍ୟ ସତୀଶ ରେଡ୍ଡୀ ପ୍ରକାଶ କରିଛନ୍ତି। ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲ୍ଙ୍କ ସହ ଆଲୋଚନା ପରେ ଏଥିରେ ଆବଶ୍ୟକ ସଂଶୋଧନ ହୋଇଛି। ଯାାହା କି ଶେଷ ପରିସ୍ଥିତିରେ ଜୀବନ ସଞ୍ଚାର କରିବ ବୋଲି ଶ୍ରୀ ରେଡ୍ଡି କହିଛନ୍ତି।
ଏହାର ଡିଜାଇନ୍ ଶେଷ ହୋଇଛି ଏବଂ ତାହାର ପ୍ରସ୍ତୁତି ଲାଗି କାରଖାନାକୁ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏହା ଶେଷ ହେବ ବୋଲି ସେ ଆଶାବାଦୀ ରହିଛନ୍ତି।
ଡିଆର୍ଡିଓ ଏହି ଉତ୍କଟ ସମୟରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରତିଦିନ ୨୦ ହଜାର ଏନ୍-୯୫ ମାସ୍କ ପ୍ରଦାନ ପାଇଁ ମଧ୍ୟ ଦା୍ରିତ୍ଵ ଗ୍ରହଣ କରିଛି। ଆସନ୍ତା ସପ୍ତାହରୁ ଏହାର ଆରମ୍ଭ ହେବ। ସେହିପରି ଭାରତ ଇଲେକ୍ଟ୍ରନିକ୍ସ କ୍ସକୁ ୩୦ ହଜାର ଭେଣ୍ଟିଲେଟର ନିର୍ମାଣ ପାଇଁ ମଧ୍ୟ ସରକାର ଆଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ଭିତରେ ଏହା ଶେଷ ହେବ।
.