ଜାଣନ୍ତୁ ଡ୍ରାଗନ୍ ଫଳର ୧୦ଟି ଲାଭକାରୀ ଗୁଣ

ଚମକଦାର୍ ଓ ଗୋଲାପି ରଙ୍ଗର ଏକ ପ୍ରକାର ଫଳ ରହିଛି, ଯାହାକୁ ଡ୍ରାଗନ୍ ଫ୍ରୁଟ୍ ବା ପିତାୟା କୁହାଯାଏ । ସାଧାରଣ ଭାବେ ଏହି ଫଳ ଆମେରିକାରେ ଅଧିକ ପରିମାଣରେ ଦେଖିବାକୁ ମିଳେ । କିୱି ଭଳି ରସାଳ ଓ ସ୍ୱାଦଯୁକ୍ତ ଏହି ଫଳ ତ୍ୱଚାରୁ ଆରମ୍ଭ କରି ଶରୀରର ବିଭିନ୍ନ ରୋଗ ଦୂର କରିବାରେ ଏକ ମହୌଷଧି ଭଳି କାମ କରିଥାଏ । ଏଥିରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ୱ ତ୍ୱଚାକୁ ଉଜ୍ଜ୍ୱଳ କରିବା ସହିତ କେଶର ସମସ୍ତ ସମସ୍ୟାକୁ ଦୂର କରେ । କେବଳ ଏତିକି ନୁହେଁ, ଏଥିରେ ଥିବା ପୋଷକ ତତ୍ୱ କ୍ୟାନ୍ସର ହେବାର ଆଶଙ୍କାକୁ ଦୂର କରିଥାଏ । ତାହେଲେ ଆସନ୍ତୁ ଜାଣିବା ଏହାର କେତେକ ଲାଭକାରୀ ଗୁଣ –
୧- ଡ୍ରାଗନ୍ ଫ୍ରୁଟରେ ଭରପୂର ମାତ୍ରାରେ ଥିବା ଓମେଗା ୩ ଓ ଓମେଗା ୬ ଶରୀରରେ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତଜନିତ ସମସ୍ୟା ଦୂର ହୋଇଥାଏ ।
୨- ଏହି ଫଳ ଖାଇବା ଦ୍ୱାରା ସମସ୍ତ ପ୍ରକାର ପେଟ ରୋଗରୁ ମୁକ୍ତି ମିଳିଥାଏ ।
୩- ବ୍ଲଡ୍ ସୁଗାର୍ ନିୟନ୍ତ୍ରଣ କ୍ଷେତ୍ରରେ ଏହି ଫଳ ଏକ ମହୌଷଧି ସଦୃଶ ।
୪- ରକ୍ତରେ ହିମୋଗ୍ଲୋବିନ୍ ସ୍ତରକୁ ବଢାଇବା ଓ ନିୟନ୍ତ୍ରଣ ରଖିବା ପାଇଁ ଏହି ଫଳ ସବୁଠାରୁ ଭଲ ବିକଳ୍ପ ।
– ଏହି ଫଳରେ କେରୋଟିନ୍, ଲାଇକୋପିନ୍ ଓ ପଲିଫେନୋଲ୍ସ ନାମକ ଏକ ଏନଜାଇମ୍ ଥିବାରୁ ଏହା କ୍ୟାନ୍ସର ପ୍ରତିରୋଧି ।
୬-
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ଏହି ଫଳକୁ ଆପଣ ଡାଏଟ୍ରେ ସାମିଲ୍ କରିପାରିବେ ।
୭- କ୍ୟାଲସିୟମରେ ଭରପୂର ଡ୍ରାଗନ୍ ଫ୍ରୁଟ୍ ଖାଇବା ଦ୍ୱାରା ଦାନ୍ତ ଓ ହାଡ଼ ଶକ୍ତ ହୋଇଥାଏ ।
୮- ଡେଙ୍ଗୁ ରୋଗୀଙ୍କୁ ଏହି ଫଳ ଦେବା ଦ୍ୱାରା ଖୁବ୍ ଶୀଘ୍ର ଆରୋଗ୍ୟଲାଭ ହୋଇଥାଏ ।
୯- କେଶ ଓ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଉପଚାର ପାଇଁ ଏହି ଫଳ ଖାଇବା ଉଚିତ୍ । ଏହା ଶରୀରରେ ନୂତନ କୋଷିକା ସୃଷ୍ଟି କରିବାରେ ସହାୟକ । ତେଣୁ ତ୍ୱଚାରୁ ମୃତ କୋଷିକାଗୁଡ଼କ ବାହାରି ଗଲେ ଆପେ ଆପେ ତ୍ୱଚା ଓ କେଶର ସମସ୍ୟା ଦୂର ହୋଇଥାଏ ।
୧୦- ଆଖିର ସୁରକ୍ଷା ଦୃଷ୍ଟିରୁ ଏହି ଫଳ ବେଶ୍ ଲାଭପ୍ରଦ ।

Leave a Reply

Your email address will not be published.