ଫେବ୍ରୁଆରୀରେ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ(ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ। ଆମେରିକାର ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ଅବସରରେ ମୋଦୀ ନିମନ୍ତ୍ରଣ ଜଣାଇଥିଲେ। ତେବେ ଗତ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମକୁ ଟ୍ରମ୍ପ ମନା କରିଦେଇଥିବା ବେଳେ ଆସନ୍ତା ଫେବ୍ରୁଆରୀ ଶେଷ ଆଡ଼କୁ ସେ ଭାରତ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି। ତାହା ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ପରର ପ୍ରଥମ ଭାରତ ଗସ୍ତ ହେବ।

ଟ୍ରମ୍ପଙ୍କ ଗସ୍ତ କାଳରେ ଦୁଇଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବା ସମ୍ଭାବନା ଯଥେଷ୍ଟ ରହିଛି। କାରଣ ସେନେଇ ଦୀର୍ଘଦିନ ଧରି ଆଲୋଚନା ଜାରି ରହିଛି। ଅନ୍ୟପକ୍ଷରେ ଆଗକୁ ଆମେରିକାରେ ନିର୍ବାଚନ ଥିବାରୁ ଟ୍ରମ୍ପଙ୍କ ଗସ୍ତ ଦୁଇଦେଶ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ଆଲେଚନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡାଭୋସ୍‌ଠାରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ରେ ଭାରତ-ଆମେରିକା ଚୁକ୍ତି ସମ୍ପର୍କିତ ବୈଠକ ହୋଇଥିଲା ଏବଂ ପରେ ଆମେରିକାର ୬ ଜଣିଆ ଟିମ୍‌ ଭାରତ ଗସ୍ତରେ ଆସିଥିଲେ। ଏଠାରେ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ କେତେକ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।  

Leave a Reply

Your email address will not be published. Required fields are marked *