ଟ୍ରେନରୁ ଖସି ଡାକ୍ତରଙ୍କ ଜୀବନ ଚାଲିଗଲା

ଭୁବନେଶ୍ୱର(ଓଟି): କ୍ୟାପିଟାଲ ହସ୍ପିଟାଲର ମେଡିସିନଚ ସ୍ପେସିଆଲିଷ୍ଟ ଡାକ୍ତର କୁଞ୍ଜ ବିହାରୀ ସାମଲଙ୍କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ସୂଚନା ଅନୁସାରେ ଡାକ୍ତର ସାମଲ ନୂଆପଡା କୌଣସି କାମରେ ଯାଉଥିଲେ। ତେବେ ଅନୁଗୁଳ ନିକଟରେ ସେ ଟ୍ରେନରୁ ଖସିପଡିଥିବା କୁହାଯାଉଛି। ଏଭଳି ଦୁଃଖଦ ଖବର ମିଳିବା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। 

ମିଳିଥିବା ଖବର ଅନୁସାରେ ଡା. ସାମଲ୍‌ ହସ୍‌ପିଟାଲ୍‌ରେ ପ୍ରଥମ ଦିନର କାର୍ଯ୍ୟ ସାରି ଭୁବନେଶ୍ଵର ଫେରୁଥିଲେ। ସାଇସିରିଡ଼ି ଏକ୍ସପ୍ରେସ୍‌ ଯୋଗେ ଆସୁଥିବା ବେଳେ ବଇଣ୍ଡା ନିକଟରେ ଖସିପଡ଼ିଥିବା ଜଣାପଡ଼ିଛି। ତେବେ ସେ କିପରି ପଡ଼ିଲେ ତାହା ଜଣାପଡ଼ି ନାହିଁ। ଏପରକି ତାଙ୍କୁ କିଏ ଠେଲି ଦେଇଥାଇପାରେ ବୋଲି ବି ଆଶଙ୍କା ସୃଷ୍ଟି ହେଉଛି।

ଡା. ସାମଲ ଜଣେ ଭେଷଜ ବିଶେଷଜ୍ଞ ଥିଲେ। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟକାଳ ସମୟରେ ତାଙ୍କୁ ଅନେକ ପ୍ରଶଂସା ମିଳିଛି। 

Leave a Reply

Your email address will not be published.