ଭେଷଜ ଚିକିତ୍ସକ ଡାକ୍ତର ଅନୀଲ ବେହେରାଙ୍କ ଦେହାନ୍ତ

ଭଦ୍ରକ, (ଓଡିଶା ଟାଇମ୍) : ବରିଷ୍ଠ ଚିକିତ୍ସକ ଡାକ୍ତର ଅନୀଲ ବେହେରାଙ୍କ ଦେହାନ୍ତ । ୭୯ ବର୍ଷ ବୟସରେ ଭଦ୍ରକ ସହରର ବାଇପାସ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଡାକ୍ତର ବେହେରା ୧୯୮୪ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ । ତାପରଠାରୁ ନିଜ ବାସଭବନରେ ରୋଗୀଙ୍କର ଚିକିତ୍ସା କରୁଥିଲେ । ଦୀର୍ଘଦିନ ହେବ ଡାକ୍ତର ଅନୀଲ ବେହେରା କର୍କଟ ରୋଗରେ ପୀଡିତ ଥିଲେ । କର୍କଟ ରୋଗ ସତ୍ତ୍ବେ ସେ ରୋଗୀଙ୍କ ସେବା କାର୍ଯ୍ୟ ଜାରି ରଖିଥିଲେ । ସକାଳୁ ତାଙ୍କର ଦେହାନ୍ତ ଖବର ଶୁଣି ଭଦ୍ରକ ସାଂସଦ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବହୁ ରାଜନେତା ଓ ବୁଦ୍ଧିଜୀବୀମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

Leave a Reply

Your email address will not be published.