ଡିଭୋର୍ସ ନେଲେ ଦିୟା ର୍ମିଜା
ବି ଟାଉନ୍ ଅଭିନେତ୍ରୀ ଦିୟା ଓ ସାହିଲ୍ ସଂଘାଙ୍କ ମଧ୍ୟରେ ଡିଭୋର୍ସ ହୋଇଥିବା ଖବର ଏବେ ସୋସିଆଲ୍ ମିଡିଆରେ ଛାଇ ରହିଛି । ଆପୋଷ ବୁଝାମଣା ମାଧ୍ୟମରେ ଏହି କପୁଲ୍ ବୈବାହିକ ସମ୍ବନ୍ଧକୁ ଭାଙ୍ଗିଛନ୍ତି । ଦିୟା ନିଜେ ଏହି ଖବରକୁ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହ ଲେଖିଛନ୍ତି ଯେ – ‘୧୧ ବର୍ଷ ଭିତରେ ସବୁ ସୁଖଦୁଃଖ ବାଣ୍ଟିବା ଓ ଏକାଠୀ ଜୀବନ କାଟିବା ପରେ ଆମେ ଦୁହେଁ ଖୁସି ଖୁସି ଅଲଗା ହେବାର ନିଷ୍ପତ୍ତି ନେଇଛୁ । କିନ୍ତୁ ଆମେ ଦୁହେଁ ସବୁବେଳେ ପରସ୍ପରର ଭଲ ସାଙ୍ଗ ହୋଇ ରହିବୁ । ସମୟ ଆମ ଦୁହିଁଙ୍କୁ ବିପରୀତ ଦିଗରେ ନେଲେ ମଧ୍ୟ ପରସ୍ପର ମଧ୍ୟରେ ସ୍ନେହ ଓ ସମ୍ମାନ ପୂର୍ବଭଳି ରହିବ’ ।
ଏଭଳି ଏକ ନିଷ୍ପତ୍ତିରେ ଉଭୟ ପରିବାର, ସାଙ୍ଗସାଥି ଓ ବନ୍ଧୁମାନଙ୍କର ସପୋର୍ଟ ଥିବାରୁ ଦିୟା ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସୂଚନାଯୋଗ୍ୟ ବିବାହ ପୂର୍ବରୁ ସାହିଲ୍ ଓ ଦିୟା ବିଜନେସ୍ ପାର୍ଟନର୍ ମଧ୍ୟ ଥିଲେ । ୨୦୧୪ରେ ଦିୟାଙ୍କ ବିବାହ ଆର୍ଯ୍ୟ ସମାଜର ନୀତିନିୟମ ଅନୁଯାୟୀ ହୋଇଥିଲା । ପରମ୍ପାରିକ ହାଇଦ୍ରାବାଦୀ ଦୁଲହନ୍ ଲୁକରେ ଦିୟା ସେହି ସମୟରେ ଅନେକ ପ୍ରଶଂସା ସାଉଁଟିଥିଲେ । ବିଜନେସ୍ କ୍ଷେତ୍ରକୁ ନେଇ ଦିୟା ଓ ସାହିଲଙ୍କ ମଧ୍ୟରେ ଡିଭୋର୍ସ ହୋଇଥାଇ ପାରେ ବୋଲି ଏବେ ଚର୍ଚ୍ଚା ଚାଲିଥିବାବେଳେ ଏଭଳି ଏକ ଖବର ପ୍ରଶଂସକଙ୍କୁ ନିରାଶ କରିଛି ।