ଜିଲା ହସ୍ପିଟାଲ୍ରେ ହେବ ମେଡିକାଲ୍ କଲେଜ
ଭୁବନେଶ୍ଵର, (ଓଟି): ଆବଶ୍ୟକ ଡାକ୍ତର ସଂଖ୍ୟାକୁ ପୂରଣ କରିବା ଲାଗି ବିଭିନ୍ନ ଜିଲ୍ଲାରେ ଥିବା ମେଡିକାଲ୍ କଲେଜକୁ ଉନ୍ନୀତ କରାଯାଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ପରିଣତ କରାଯିବ। ଏହା ପିପିପ ଯୋଜନାରେ ଲାଗୁ କରାଯିବ। ଏଥିଲାଗି ଅବାଶ୍ୟକ ନିୟମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି।
ଆୟୁଷ୍ମାନ ଯୋଜନାର ସଫଳତାକୁ ବ୍ୟାଖ୍ୟାକରି ଅର୍ଥମନ୍ତ୍ରୀ କହିଛନ୍ତି ଏହାକୁ ଅଆହୁରି ସମ୍ପ୍ରସାରଣ କରାଯିବ। ୨ଟାୟାର ଏବଂ ୩ ଟାୟାର ସହରରେ ଆୟୁଷ୍ମାନ ହସ୍ପିଟାଲ୍କୁ ତାଲିକାଭୁକ୍ତ କରାଯିବ। ଏଥିରେ ଆକାଂକ୍ଷା ସହରଗୁଡ଼ିକୁ ଅଧିକ ଧ୍ୟାନ ଦିଆଯିବ ବୋଲି ନିର୍ମଳା କହିଛନ୍ତି।
କେନ୍ଦ୍ର ସରକାଙ୍କ ଇନ୍ଦ୍ରଧନୁଷ ମିଶନକୁ ବିସ୍ତାର କରାଯିବ । ମେଡିକାଲ ଡିଭାଇସକୁ ଯେଉଁ ଟିକସ ଆଦୟ ହେଉଛି, ତାକୁ ମେଡିକାଲ ସୁବିଧାକୁ ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ । ଟିବି ବିରୋଧରେ ଦେଶରେ ଅଭିଯାନ ଆରମ୍ଭ କରାଯିବ । ଟିବି ହାରିବ, ଦେଶ ଜିତିବ, ସରକାରଙ୍କ ତରଫରୁ ଦେଶକୁ ୨୦୨୫ ସୁଦ୍ଧା ଟିବି ମୁକ୍ତ କରିବାକୁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଅନୁସାରେ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାଯିବ । ଏଥି ପାଇଁ ଚଳିତ ବଜେଟ୍ରେ ପ୍ରାୟ 70 ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା । ୨୦୨୪ସୁଦ୍ଧା ସବୁ ଜିଲ୍ଲାରେ ଜନ ଔଷଧ କେନ୍ଦ୍ରକୁ ବିସ୍ତାର କରାଯିବ । ସେହିପରି ବଜେଟ୍ରେ ଜନ ଜୀବନ ମିଶନ ପାଇଁ ୩.୬୦ଲକ୍ଷ କୋଟି ଟଙ୍କା ଅନୁମୋଦନ କରାଯାଇଛି ।