ଖୁବ୍ ଶୀଘ୍ର ଫେରିବେ ଦୟାବେନ୍

ଛୋଟ ପରଦାର ଲୋକପ୍ରିୟ କମେଡ଼ି ଧାରାବାହିକ ‘ତାରକ୍ ମେହେତା କା ଉଲଟା ଚଷମା’ର ଦୟାବେନ୍ ଓରଫ୍ ଦିଶା ଭକାଣୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ନିରାଶ କରିଛି । ଦିଶା ଏହି ଶୋ’ ଛାଡ଼ିବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ପୁଣିଥରେ ନିଶ୍ଚୟ ଶୋ’କୁ ଫେରିବେ ବୋଲି ଦର୍ଶକ ଓ ପ୍ରଶଂସକ ଆଶା ବାନ୍ଧି ବସିଛନ୍ତି । ଶୋ’ ମାଧ୍ୟମରେ ଦିଶାଙ୍କ ଲେଉଟାଣୀକୁ ନେଇ ଅନେକ ଥର ଖବର ଆସିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ଦିଶାଙ୍କ ସ୍ଥାନରେ ଅନ୍ୟ ଅଭିନେତ୍ରୀଙ୍କ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିବାର ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଆଗାମୀ ଦିନରେ ଶୋ’ ମାଧ୍ୟମରେ ଦିଶାଙ୍କର ଧମାକେଦାର୍ ଏଣ୍ଟ୍ରୀ ହେବ ବୋଲି ନୂଆ ଖବର ଆସିଛି ।

ଦୟାବେନଙ୍କ ଏଣ୍ଟ୍ରୀ ପାଇଁ ସ୍ପେଶାଲ୍ ଏପିସୋଡର ରଚନା ମଧ୍ୟ ସରିଛି । ଏହି ନବରାତ୍ରୀ ମଧ୍ୟରେ ଦୟାବେନ୍ କାହାଣୀରେ ଏଣ୍ଟ୍ରୀ ନେବେ ବୋଲି ଶୋ’ ଟିମ୍ ପକ୍ଷରୁ ଜଣାପଡ଼ିଛି । ଏପିସୋଡରେ ଦେଖିବାକୁ ମିଳିବ ଯେ ଗୋକୁଳଧାମ ସୋସାଇଟିର ସଦସ୍ୟମାନେ ଦୟାବେନଙ୍କ ଅନୁପସ୍ଥିତି ଏବଂ ତାଙ୍କର ଗରବା ଡ୍ୟାନ୍ସକୁ ଖୁବ୍ ମିସ୍ କରୁଛନ୍ତି । ସେମାନଙ୍କ ମଧ୍ୟରେ ଥିବା ଜେଠାଲାଲ୍ ମଧ୍ୟ ଦେବୀ ମା’ଙ୍କ ସାମନାରେ ଶପଥ କରୁଛନ୍ତି ଯେ ଯେତେବେଳ ପର୍ଯ୍ୟନ୍ତ ଦୟାବେନ୍ ନ ଆସିବେ ସେ ଗରବା ଖେଳିବେ ନାହିଁ । ସମସ୍ତ ସଦସ୍ୟ ଦୟାବେନଙ୍କୁ ଖୋଜିବା ପାଇଁ ବାହାରୁଛନ୍ତି । କିନ୍ତୁ କେବଳ ସେମାନଙ୍କୁ ନିରାଶା ହିଁ ମିଳିଛି । ସେହି ସମୟରେ ଦୟା ବେନଙ୍କ ଧମାକେଦାର୍ ଏଣ୍ଟ୍ରୀ ହେଉଛି । ଏହି ଏପିସୋଡ୍ ପାଇଁ ବିଶେଷ ଭାବେ ଗୋଟିଏ ଗରବା ଟ୍ରାକ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଶୋ’ର ପ୍ରଯୋଜକ ଅସିତ୍ ମୋଦି ଏହି ଖୁସି ଖବରକୁ ମିଡିଆ ସହିତ ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *