ଆଲିଆଙ୍କ ପଦାଙ୍କରେ ଦିଶା

‘ବାଗି ୨’ ଫେମ୍ ଦିଶା ପଟାନି ଏବେ ଆଲିଆଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯୁବପିଢ଼ିଙ୍କ ମଧ୍ୟରେ ୟୁଟୁବର କ୍ରେଜି ଦିନକୁ ଦିନ ବଢ଼ିଚାଲିଥିବାବେଳେ ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ ତାରକାମାନେ । ଗତ କିଛି ଦିନ ତଳେ ଚୁଲବୁଲି ଆଲିଆ ଭଟ୍ଟ ନିଜର ଏକ ୟୁଟୁବ୍ ଚ୍ୟାନେଲ୍ ଖୋଲିଥିଲେ, ଯାହାକି ତାଙ୍କର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଉପହାର ଥିଲା । ଏବେ ଏହି ଧାରାରେ ଦିଶା ମଧ୍ୟ ନିଜର ଏକ ୟୁଟୁବ୍ ଚ୍ୟାନେଲ୍ ଓପନ୍ କରିଛନ୍ତି । ଏଥିରେ ଦିଶାଙ୍କ ଆଗାମୀ ଫିଲ୍ମ, ସୁଟିଂ ସେଟ୍ ମସ୍ତି ଓ ବ୍ୟକ୍ତିଗତ ଜୀବନର କିଛି ଅପଡେଟ୍ ତଥ୍ୟ ରହିବ । ୟୁଟୁବ୍ ଲଂଚ କରିବାର କିଛି ସମୟ ପରେ ହିଁ ଦିଶା ତାଙ୍କର ପ୍ରଥମ ଭିଡିଓ କ୍ଲିପିଙ୍ଗକୁ ଅପଲୋଡ୍ କରିସାରିଛନ୍ତି । ଏହି ସମସ୍ତ ଖବରକୁ ଦିଶା ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଥିଲେ ।

ସଲମାନ୍ ଖାନଙ୍କ ସହିତ ‘ଭାରତ’ ରେ ସ୍କ୍ରୀନ୍ ସେୟାର୍ କରିଥିବା ଦିଶାଙ୍କ ଆଗାମୀ ପ୍ରୋଜେକ୍ଟ ଭାବେ ରହିଛି ‘ମଲଙ୍ଗ’ । ଏଥିରେ ସେ ଆଦିତ୍ୟ ରୟ କପୁରଙ୍କ ନାୟିକା ଭାବେ ପରଦା ଉପରକୁ ଆସିବେ । ଆଦିତ୍ୟ ଓ ଦିଶାଙ୍କ ଅନସ୍କ୍ରୀନ୍ ରୋମାନ୍ସ ଦେଖିବା ପାଇଁ ସିନେପ୍ରେମୀ ‘ମଲଙ୍ଗ’ର ମୁକ୍ତିଲାଭକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । \n

Leave a Reply

Your email address will not be published. Required fields are marked *