ନୂଆ କାରର ମାଲିକାଣୀ ହେଲେ ଦୟାବେନ୍, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
କମେଡ଼ି ଶୋ’ ‘ତାରକ ମେହେତା କା ଉଲଟା ଚଷମା’ର ଚର୍ଚ୍ଚିତ ଅଭିନେତ୍ରୀ ଦୟାବେନ୍ ଓରଫ୍ ଦିଶା ଭକାନି ଏବେ ଏକ ନୂଆ କାର୍ କିଣିଛନ୍ତି । ଯାହାର ଦାମ୍ ଶୁଣିଲେ ହୋସ୍ ଉଡ଼ିଯାଉଛି । ଛୋଟ ପରଦାରେ ବେଶ୍ ଦକ୍ଷ ଅଭିନୟ କରି ଆଖିଦୃଶୀୟା ଫି’ ପାଉଥିବା ଦିଶା ୬୦ ଲକ୍ଷରୁ ଊଦ୍ଧ୍ୱର୍ ଦାମ୍ ଦେଇ ଏକ କାର୍ କିଣିଛନ୍ତି ବୋଲି ଖବର ଆସିଛି । ଏହି ଅଡ଼ି କାରର ଏକ ଫଟୋକୁ ଦିଶା ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । କିନ୍ତୁ ସେ କାରର ମଡେଲ୍ ସମ୍ପର୍କରେ କିଛି କହିନାହାନ୍ତି । ତେବେ କାରର ଫଟୋକୁ ଦେଖିଲେ ଲାଗୁଛି ତାହା ଅଡ଼ିକ୍ୟୁ ୫ କିମ୍ବା ଅଡ଼ିକ୍ୟୁ ୭ ହୋଇପାରେ । ଏବେ ମୁମ୍ବାଇରେ ଏହାର ଅନରୋଡ଼୍ ଦାମ୍ ରହିଛି ପ୍ରାୟ ୬୬ରୁ ୯୬ ଲକ୍ଷ ଟଙ୍କା । ଦିଶାଙ୍କର ଏହି ଖୁସିରେ ପ୍ରଶଂସକମାନେ ମଧ୍ୟ ଖୁସି ଅଛନ୍ତି । କିନ୍ତୁ ଶୋ’ରେ ତାଙ୍କର ଲେଉଟାଣୀକୁ ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗିରହିଛି ।