ଦୟାବେନଙ୍କ ବଦଭ୍ୟାସ
ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ରେ ଦୟାବେନ୍ ଓରଫ୍ ଦିଶା ଭକାନୀଙ୍କ ଅନୁପସ୍ଥିତି ଦର୍ଶକଙ୍କ ମନରେ ଖୁବ୍ କଷ୍ଟ ଆଣିଦେଇଛି । ଦିଶାଙ୍କ ଲେଉଟାଣୀକୁ ନେଇ ଇତିମଧ୍ୟରେ ଅନେକ ଚର୍ଚ୍ଚା । ନିକଟରେ ଦିଶା ଇନଷ୍ଟାଗ୍ରାମରେ ଦୟାବେନ୍ ଲୁକରେ ଏକ ଫଟୋ ସେୟାର୍ କରିବା ପରେ ଦର୍ଶକଙ୍କ ମନରେ ସେ ଶୋ’କୁ ଫେରିବାର କିଛି ନୂଆ ଆଶା ଜାଗିଉଠିଛି । ନିକଟରେ ଦୟାଙ୍କ ସହିତ ଏକ ମିଡିଆ ସାକ୍ଷାତକାର ସରିଯାଇଛି । ଏଥିରେ ଦୟା ଶୋ’ ସହିତ ନିଜ ବ୍ୟକ୍ତିଗତ ଜୀବନର କିଛି ଭଲ ଓ ବଦଭ୍ୟାସ ସମ୍ପର୍କରେ କହିଥିଲେ ।
ତେବେ ଦୟା ତାଙ୍କର ଭଲ ଅଭ୍ୟାସ ସମ୍ପର୍କରେ କହିଛନ୍ତି ଯେ – ସେ ମୋବାଇଲ୍, ଭ୍ୟାନିଟି ଓ ଜୋତା ବିନା କେବେ ମଧ୍ୟ ବାହାରକୁ ଯାଆନ୍ତି ନାହିଁ । ଦିଶାଙ୍କ ବଦଭ୍ୟାସ ହେଉଛି – ସେ ଯାହା ସହିତ ମଧ୍ୟ କଥା ହୁଅନ୍ତୁ ନା କାହିଁକି, କଥା ମଝିରେ ଅନେକ ଥର ‘ଯଷ୍ଟ୍’ ଶଦ୍ଦ ଅଧିକ ବ୍ୟବହାର କରିଥାନ୍ତି । ଅନେକ ଚେଷ୍ଟା ପରେ ମଧ୍ୟ ସେ ଏହି ବଦଭ୍ୟାସ ଛାଡ଼ିପାରୁନାହାନ୍ତି । ଦିଶା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେ ଅଭିନୟକୁ ନିଜ କ୍ୟାରିୟର୍ ଭାବେ ବାଛିନଥାନ୍ତେ, ତେବେ ସେ ଜଣେ ଆର୍ଟିଷ୍ଟ୍ ହୋଇଥାନ୍ତେ । କାରଣ ତାଙ୍କର ପୁରା ପରିବାର ଦକ୍ଷ ଆର୍ଟିଷ୍ଟ୍ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।