ଦୟା ବେନଙ୍କୁ ନେଇ ସସପେନ୍ସ ଶେଷ, ଶୋ’କୁ ଫେରିବେନି ଦିଶା
ଟେଲି ଦୁନିଆର ପପୁଲାର୍ ଶୋ’ ‘ତାରକା ମେହେତା କା ଉଲଟା ଚଷମା’ରେ ଦୟା ବେନ୍ ଭୂମିକାରେ ଥିବା ଦିଶାଙ୍କୁ ନେଇ ଅନେକ ଦିନରୁ ସସପେନ୍ସ ଜାରି ରହିଥିଲା । ସେ ଶୋ’କୁ ଫେରିବେ କି ନାହିଁ, ତାହାକୁ ନେଇ ଦର୍ଶକଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଏବେ ମିଳିସାରିଛି । ଏକ ମିଡିଆ ସାକ୍ଷାତକାରରେ ଶୋ’ର ନିର୍ମାତା କହିଛନ୍ତି ଯେ ଏଭଳି ଏକ ଫ୍ୟାମିଲି ଶୋ’ରେ ଦୟା ବେନ୍ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦିଶାଙ୍କ ପାଇଁ ଶୋ’ର ଟିମ୍ ବହୁତ ଅପେକ୍ଷା କରିଛନ୍ତି । ଏବେ ଆଉ ଅପେକ୍ଷା କରି ବସିବା ସମ୍ଭବ ନୁହେଁ । ତେଣୁ ଆଗାମୀ ଦିନରେ ଏହି ଶୋ’ରେ ଦୟା ବେନ୍ ଭୂମିକାରେ ଜଣେ ନୂଆ ଅଭିନେତ୍ରୀଙ୍କୁ ରିପ୍ଲେସ୍ କରାଯିବ । ହଠାତ୍ ଏକ ଭୂମିକାରେ ଆଉ ଜଣେ ଅଭିନେତ୍ରୀଙ୍କୁ ଦର୍ଶକଙ୍କ ସମାନାକୁ ଆଣିବା ସହଜ କଥା ନୁହେଁ । ଏଥିପାଇଁ ସମ୍ପୂର୍ଣ୍ଣ କାହାଣୀ ଓ ସଂଳାପ ବଦଳାଇବାକୁ ପଡ଼ିବ । ଏଥିପାଇଁ ଟିମକୁ କଷ୍ଟ କରିବାକୁ ହେବ । କାରଣ ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଶୋ’କୁ ଆଗକୁ ବଢାଇବାକୁ ହିଁ ପଡ଼ିବ ।
ତେବେ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକ ଆଉ ଜଣେ ନୂଆ ଅଭିନେତ୍ରୀଙ୍କୁ ଦୟା ବେନଙ୍କ ଭୂମିକାରେ ଦେଖିବାକୁ ପାଇବେ । ଖୁବ୍ ଶୀଘ୍ର ଏଥିପାଇଁ ଅଡିସନ୍ ଆରମ୍ଭ କରାଯିବ । ଦିଶାଙ୍କ ଯୋଗୁଁ ଦର୍ଶକଙ୍କ ମନରେ ଆସିଥିବା ଅସନ୍ତୋଷ ଯୋଗୁଁ ଶୋ’ର ସମ୍ପୂର୍ଣ୍ଣ ଟିମ୍ ଦୁଃଖିତ । ତେବେ କେଉଁଦିନ ଶୋ’ରେ ନୂଆ ଦୟା ବେନଙ୍କ ଏଣ୍ଟ୍ରୀ ହେବ, ତାହା କେବଳ ସମୟ ହିଁ କହିବ ।