କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼ : ବିଜୟଙ୍କ ନିର୍ବାଚନୀ ପ୍ରଚାର ପାଇଁ ପାଟକୁରାରେ ଦିଲୀପ ରାୟ

ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରରେ ଦିଲୀପ କହିଛନ୍ତି ଯେ, ବିଜୟ ବାବୁ ମୋର ବ୍ୟକ୍ତିଗତ ବନ୍ଧୁ। ନିର୍ବାଚନରେ ମୁଁ ତାଙ୍କୁ ସହଯୋଗ କରବି। ସେ ଆହୁରି ବି କହିଛନ୍ତି ଯେ ସେ ବିଜୟଙ୍କ ସହ ରହିଛନ୍ତି। ବିଜୟଙ୍କ ସହ ତାଙ୍କର ଯୋଡ଼ି ରହିଛି ଏବଂ ରହିବ। ଦିଲୀପ କହିଛନ୍ତି, ମୁଁ ବିଜୟ ବାବୁଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି। ମୋ ଦ୍ୱାରା ଯେତିକି ସାହାଯ୍ୟ ହେବା କଥା ମୁଁ କରୁଛି ଓ କରିବି ମଧ୍ୟ।

ଏହି ସମୟରେ ଦିଲୀପ ରାୟ କହିଛନ୍ତି ଯେ ତାଙ୍କର ଦୁଇଟି ଦାବିକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି। ଏହି କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଚାହୁଁଛନ୍ତି ରାଉରକେଲାର ଦୁଇଟିଯାକ କାମ ତୁରନ୍ତ ଆରମ୍ଭ ହେଉ। ତେବେ ଏଇ ୨୫ ତାରିଖ ପରେ ସେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ବି କହିଛନ୍ତି। ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦିଲୀପ ରାୟ ଭେଟିବାପରେ ଏବେ କେନ୍ଦ୍ରପଡ଼ା ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published.