ନବୀନ ନିବାସରେ ଦିଲ୍ଲୀପ
ବିଜୟ- ଦିଲୀପ ଯୋଡ଼ି ଭାଙ୍ଗିଲା
ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ ସମୀକରଣ ସାମ୍ନାକୁ ଆସିଛି। ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ରୁଦ୍ଧଦ୍ୱାର ବୈଠକ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ଏକ ବଡ ଖବର ସାମ୍ନାକୁ ଆସିପାରେ । କୁହାଯାଉଛି ନିର୍ବାଚନ ପୂର୍ବରୁ ଦିଲ୍ଲୀପଙ୍କ ଘରବାହୁଡା ହୋଇପାରେ । ଦୀର୍ଘ ୧୭ ବର୍ଷ ପରେ ଦିଲ୍ଲୀପ ପୁଣିଥରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ କୌଣସି ନିଷ୍ପତ୍ତି ଜଣାଇ ନାହାଁନ୍ତି ।
ମିଳିଥିବା ସୂଚନା ଅନୁସାରେ, ଦିଲୀପ ରାୟ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ଫେରି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ସିଧା ନବୀନ ନିବାସ ଯାଇ ଆଲୋଚନା କରିଛନ୍ତି। ଏହାପରେ ରାଉରକେଲାରୁ ଆସିଥିବା ନିଜର ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଆସନ୍ତାକାଲି ଏକ ବଡ଼ଧରଣର ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀ ରାୟଙ୍କ ଅନ୍ୟକିଛି ସମର୍ଥକ ମଧ୍ୟ ଆସନ୍ତାକାଲି ରାଉରକେଲାରୁ ଆସୁଥିବା ସୂଚନା ମିଳିଛି।
ବିଜୟ- ଦିଲୀପ ଯୋଡ଼ି ଭାଙ୍ଗିଲା

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେଡିରେ ସାମିଲ କରିବା ଉଦ୍ୟମ ଫେଲ୍ ମାରିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିକ ସମୀକରଣ ଓ ତୀବ୍ର ବିରୋଧ ଯୋଗୁ ବିଜୟଙ୍କୁ ବିଜେଡିରେ ସାମିଲ କରିବା ସମ୍ଭବପର ହୋଇନାହିଁ। କେବଳ ଦିଲୀପ ରାୟ ହିଁ ଆସନ୍ତାକାଲି ବିଜେଡିରେ ସାମିଲ ହେଉଥିବା ଜଣାପଡ଼ିଛି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବିଜୟଙ୍କ ପ୍ରତି ମନୋବଳ ଭଲ ନଥିବାରୁ ଏହା ସମ୍ଭବ ହେଲା ନାହିଁ ବୋଲି କୁହାଯାଉଛି । ଅନ୍ୟପଟରେ ବିଜେପି ବିଜୟଙ୍କୁ ଧରି ରଖିବା ପାଇଁ ଜୋରଦାର ଉଦ୍ୟମ ରଖିଛି ।
ଏପଟେ ବିଜୟ ପୁଣିଥରେ ବିଜେପିରେ ସକ୍ରିୟ ଭୂମିକା ତୁଲାଇବାର ସମ୍ଭାବନା ରହିଛି। ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ମଧ୍ୟ ଏନେଇ ସଙ୍କେତ ଦେଇଥିଲେ।
ବିଜେପି ସୂତ୍ର ଅନୁସାରେ, ବିଜୟଙ୍କ ଇସ୍ତଫା ପତ୍ରକୁ ଏପର୍ଯ୍ୟନ୍ତ ଦଳ ସ୍ୱୀକାର କରିନଥିବାରୁ ତାହା କାଏମ ରହିଛି। ସେ ପୁଣିଥରେ ଦଳର ସକ୍ରିୟ ଭୂମିକାକୁ ଫେରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟ ପ୍ରଭାରୀ ଶ୍ରୀ ସିଂ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟଙ୍କ ଫେରିବା ମାର୍ଗକୁ ପ୍ରଶସ୍ତ କରୁଛନ୍ତି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :