‘ଦିଲ୍ ମିଲ୍ ଗୟେ’ ଯୋଡ଼ିଙ୍କ ଲେଉଟାଣୀ

ଟେଲି ଦୁନିଆର ଚର୍ଚ୍ଚିତ ଶୋ’ ‘ଦିଲ୍ ମିଲ୍ ଗେୟେ’ରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜେନିଫର୍ ୱିଙ୍ଗେଟ୍ ଓ କରଣ ବାହି ପୁଣିଥରେ ଆଉ ଏକ ଶୋ’ ମାଧ୍ୟମରେ ଫେରୁଛନ୍ତି । ଦୀର୍ଘ ୯ ବର୍ଷ ପରେ ପୁଣିଥରେ ଏହି ଯୋଡ଼ିଙ୍କୁ ଏକାଠି ଗୋଟିଏ ଶୋ’ରେ ଦେଖିବାକୁ ମିଳିବ ବୋଲି ଖବର ମିଳିଛି ।

ଏହି ଯୋଡ଼ି ପ୍ରଶଂସକଙ୍କୁ ଏକ ଲାଇଭ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ନୂଆ ଶୋ’ ସମ୍ପର୍କିତ କିଛି ହିଣ୍ଟସ୍ ଦେଇଛନ୍ତି । ଏଭଳି ଖବରରେ ପ୍ରଶଂସକ ବହୁତ ଖୁସି ଜଣାପଡ଼ିବା ସହ ଦୀର୍ଘଦିନ ପରେ ଜେନିଫର୍ ଓ କରଣଙ୍କ ଯୋଡ଼ିଙ୍କୁ ଦେଖିବାକୁ ପାଇଁ ଉତ୍ସାହିତ ଅଛନ୍ତି । କିନ୍ତୁ ସେହି ନୂଆ ଶୋ’ର କୌଣସି ନାଁ ଜଣାପଡ଼ିନାହିଁ । ସୂଚନାଯୋଗ୍ୟ ‘ଦିଲ୍ ମିଲ୍ ଗେୟା’ ସେହି ସମୟରେ ଟିଆର୍ପି ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହା ପୂର୍ବରୁ କଲର୍ସ ଟିଭି ଶୋ’ ‘ବେପନାହ’ରେ ଜେନିଫର୍ ହର୍ଷଦ୍ ଅରୋଡ଼ାଙ୍କ [ଅନ୍ନ୍‌ସ୍କ୍ରିନ ନାୟିକା ଥିବାବେଳେ କରଣ ୱେବ୍ସିରିଜ୍ ‘ସିକ୍ରେଟ୍ ଗେମ୍ସ’ରେ ନଜର ଆସିଥିଲେ।

Leave a Reply

Your email address will not be published.