ବିରୋଧିଙ୍କ ପ୍ରମାଣ ଦାବି ପାକିସ୍ତାନକୁ ଫାଇଦା

ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବାକୁ ଦେଶର ବିରୋଧିଦଳମାନେ ଲଗାତର ଦାବି କରିବାରେ ଲାଗିଲେଣି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଭଳି ରାଜନୈତିକ ଦଳର ନେତାମାନେ ଯେଉଁ ଭଳି ଢ଼ଙ୍ଗରେ ଦେଶର ସରକାରଙ୍କୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିବାରେ ଲାଗିଛନ୍ତି ତାହା ପାକିସ୍ତାନ ମିଡ଼ିଆ ପାଇଁ ଶିରୋନାମା ହେବାରେ ସହାୟକ ହେଉଛି।

ବାଲାକୋଟରେ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ବିରୋଧିଦଳଗୁଡ଼ିକ ପ୍ରତିଦିନ ମାଗିବା ସହିତ ପୁଲୱାମା ଘଟଣା ଏକ ଦୁର୍ଘଟଣା ବୋଲି କଂଗ୍ରେସ ନେତା ଦିଗବିଜୟ ସିଂହ କହିଲେଣି। ବିରୋଧି ଦଳଗୁଡ଼ିକର ଏଭଳି ଦାୟିତ୍ୱହୀନ ମନ୍ତବ୍ୟକୁ ପାକିସ୍ତାନ ମିଡ଼ିଆ ଏବେ ପ୍ରାଧାନ୍ୟ ଦେଇ ବ୍ୟାପକ ପ୍ରଚାର କରିବାରେ ଲାଗିଛି।

ପାକିସ୍ତାନରେ ଏବେ କଂଗ୍ରେସ ନେତା ଦିଗବିଜୟ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବହୁଳ ପ୍ରଶଂସା ହେଉଛି। କଂଗ୍ରେସ ନେତା, ମମତା, କେଜ୍ରିୱାଲଙ୍କର ବୟାନକୁ ପାକିସ୍ତାନ ମିଡ଼ିଆରେ ଭାରତ ବିରୋଧରେ ବ୍ୟାପକ ୁପଯୋଗ କରାଯାଉଛି। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଦ୍ୱାରା ଭାରତୀୟ ବାୟୁ ସେନା ଆକ୍ରମଣର ପ୍ରମାଣ ମାଗିବା ଓ ପୁଲୱାମା ଦୁର୍ଘଟଣା ବୟାନକୁ ପାକିସ୍ତାନ ମିଡ଼ିଆରେ ବ୍ରେକିଂ ନ୍ୟୁଜ୍‌ ଭାବେ ଉପସ୍ଥାପିତ କରାଯାଉଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି, କଂଗ୍ରେସ, ଟିଏମସି ଓ ଆପ ନେତାମାନଙ୍କର ପାକିସ୍ତାନ ପ୍ରୀତି କାହିଁକି?

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଦ୍ୱାରା ଭାରତୀୟ ବାୟୁ ସେନା ଆକ୍ରମଣର ପ୍ରମାଣ ମାଗିବା ଖବରକୁ ପାକିସ୍ତାନର ଜିଓ ଟିଭି ଦ୍ୱାରା ବ୍ରେକିଂ ଖବର ଭାବେ ପ୍ରସାରିତ କରାଯାଇଛି। ଏହି ଚ୍ୟାନେଲରେ ପ୍ରସାରିତ ଖବରରେ କୁହାଯାଇଛି ଭାରତର ପ୍ରମୁଖ ବିରୋଧି ଦଳ ପକ୍ଷରୁ ବାଲାକୋଟ ଉପରେ ଭାରତୀୟ ବାୟୁସେନା ଆକ୍ରମଣର ପ୍ରମାଣ ମଗାଯାଇଛି।

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତି ଦେଇଥିବାରୁ କଂଗ୍ରେସ ନେତା ଦିଗବିଜୟ ସିଂହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ଧନ୍ୟବାଦ ଦେଇ ମୋଦି ସରକାରକୁ ଭାରତୀୟ ବାୟୁସେନା ଆକ୍ରମଣର ପ୍ରମାଣ ମାଗିଛନ୍ତି।

Leave a Reply

Your email address will not be published.