କଟକରେ କାୟା ମେଲାଉଛି ଝାଡ଼ାବାନ୍ତି

କଟକ(ଓଟି): ଟୁଇନ୍‌ ସିଟିକୁ ଛାଡୁନି ସଂକ୍ରମଣ ଭୟ। ପ୍ରତିବର୍ଷ ଦୁଇ ମହାନଗର ତଥା ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ଜଣ୍ଡିସ୍‌, ଝାଡ଼ାବାନ୍ତି, ଜର ଆଦି ବ୍ୟାପୁଛି। ଏହିକ୍ରମରେ କଟକ ସହରରେ ପୁଣି ଝାଡ଼ାବାନ୍ତି ବ୍ୟାପିବା ପରେ ସାଧାରଣରେ ଭୟ ଖେଳିଯାଇଛି। ଓଡ଼ିଆ ବଜାର ଗଉଡ଼ ସାହିରେ ଝାଡ଼ାବାନ୍ତି ବ୍ୟାପିବା ପରେ ପାନୀୟ ଜଳ ସମସ୍ୟା ରହିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରିଛି। ତିନିଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଝାଡ଼ାବାନ୍ତିରେ ୨୫ଜଣ ଆକ୍ରାନ୍ତ ହୋଇଥିବାବେଳେ ସେ ମଧ୍ୟରେ ଅଧିକାଂଶ ମହିଳା ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ସିଏମ୍‌ସି କର୍ମଚାରୀ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ନମୁନା ପରୀକ୍ଷା ପାଇଁ ଖପୁରିଆ ଲାବ୍ ପଠାଯାଇଛି। ତେବେ କେବଳ ଓଡ଼ିଆ ବଜାର ନୁହେଁ, ଆକବର ଖାଁ ଗଳି, ମେରିଆ ବଜାର, ମକରାବାଗ ସାହି, ଉଚ୍ଚ ସାହି ଓ ଗହ୍ମାଣ୍ଡିଆରେ ମଧ୍ୟ ଝାଡ଼ାବାନ୍ତି ସାଙ୍ଗକୁ ଜଣ୍ଡିସ୍ ବ୍ୟାପିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *