ଢିଙ୍କଚାକ୍ ପୂଜାଙ୍କ ଆଉ ଏକ ନୂଆ ଗୀତରେ ୟୁଜର କହିଲେ ଗୀତ ଗାଇବା ଛାଡିଦିଅ ପଢନ୍ତୁ…

ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ଢିଙ୍କଚାକ୍ ପୂଜାଙ୍କ ସେଲ୍ଫୀ ମେନେ ଲେ ଲୀ ଆଜ୍ ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଥିଲେ । ଏହାପରେ ସେ ପପୁଲାର୍ ରିୟଲିଟି ଶୋ’ ବିଗବସ୍ ସିଜନ୍ -୧୧ ରେ ବି ପ୍ରତିଯୋଗୀ ରୁପେ ଯୋଗ ଦେଇଥିଲେ । ଢିଙ୍କଚାକ୍ ପୂଜା ଏହି ଶୋରେ ମଧ୍ୟ ଗୋଟିଏ ଗୀତ ପ୍ରସ୍ତୁତ କରିଥିଲେ ଯାହାକୁ ଟ୍ୱିଟରରେ ବହୁତ ସେୟାର୍ କରାଯାଇଥିଲା।

“ସେଲ୍ଫୀ ମେନେ ଲେ ଲୀ ଆଜ୍” ଏବଂ “ଦିଲୋଁ କା ସୁଟର” ପରେ ସେ ଏବେ ଏକ ନୂଆ ଗୀତ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ଗୀତର ନାଁ ରହିଛି ‘ନଚେ ଜବ୍ କୁଡି ଦିଲ୍ଲୀ ଦି’ । ୩ ମିନିଟର ଏହି ଗୀତ ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ୨୦ ଜାନୁଆରୀକୁ ଏହି ଗୀତ ୟୁଟ୍ୟୁବ୍ ରେ ସେୟାର୍ କରାଯାଇଥିଲା । ତେବେ ବାକି ସବୁ ଗୀତ ଭଳି ଏହି ଗୀତଟିକୁ ମଧ୍ୟ ସମସ୍ତେ ମଜା ଉଡାଉଛନ୍ତି । ଲୋକେ ତାଙ୍କୁ ଗୀତ ଗାଇବାକୁ ମନା କରିବା ସହ ଥଟ୍ଟା ମଧ୍ୟ ଉଡାଉଛନ୍ତି । ଗତବର୍ଷ ତାଙ୍କ ଗୀତକୁ ବିଗବସ୍ ରେ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାର ମଧ୍ୟ ଖୁବ୍ ଥଟ୍ଟା କରିଥିଲେ ।

Leave a Reply

Your email address will not be published.