ବିଜେପିର ‘ଘର ଘର ସମ୍ପର୍କ’ ଅଭିଯାନ: ବାରଣାସୀ ଦାୟିତ୍ୱରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ବିଜେପି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଘର ଘର ସମ୍ପର୍କ’ ଅଭିଯାନ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏହି ଅଭିଯାନର ଶୁଭାରମ୍ଭ କରିବେ । ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଲାଗି ନେତୃବୃନ୍ଦକୁ ମିଳିସାରିଛି ଦାୟିତ୍ୱ । ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀ ଦାୟିତ୍ୱରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ବାରଣାସୀର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଉକ୍ତ ଆଇନ ସମ୍ପର୍କରେ ସଚେତନତା କରାଇବେ । ସେହିପରି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗାଜିଆବାଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଲକ୍ଷେ୍ନø, ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ନାଗପୁର, ସଦାନନ୍ଦ ଗୌଡ଼ାଙ୍କୁ ବେଙ୍ଗାଲୁରୁ, ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଜୟପୁର, ଟିସି ଗେହଲଟଙ୍କୁ ରାୟପୁର, ରବିଶଙ୍କର ପ୍ରସାଦଙ୍କୁ ଫରିଦାବାଦ, ପୀୟୂଷ ଗୋଏଲଙ୍କୁ ମୁମ୍ବାଇ ଏବଂ ଅର୍ଜୁନ ମୁଣ୍ଡାଙ୍କୁ ଜାମସେଦପୁର ଦାୟିତ୍ୱ ଦିଆଯାଇଛି । ସମ୍ପୃକ୍ତ ବରିଷ୍ଠ ନେତୃବୃନ୍ଦ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସାଧାରଣଙ୍କୁ ସିଏଏ ସମ୍ପର୍କରେ ସଚେତନତା କରାଇବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.