ନବୀନ ମାଗିଲେ ମାଗଣାରେ କିରାସିନି; ଧର୍ମେନ୍ଦ୍ର ଦେଲେ ଟଙ୍କା, କହିଲେ କିରାସିନି କିଣ

ଭୁବନେଶ୍ଵର, (ଓଟି): ଫୋନି ପ୍ରଭାବିତ ଜିଲ୍ଲାରେ ଲୋକଙ୍କ କିରାସିନି ଚାହିଦା ପୂରଣ ଲାଗି ସହାୟତା କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩କୋଟି ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି। ଭାରତ ସରକାରଙ୍କ କେକୌଣସି ତୈଳ କମ୍ପାନୀ ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିବେ। ଏହି ଟଙ୍କାରେ ରାଜ୍ୟ ସରକାର ତାଙ୍କ ଅବାଶ୍ୟକ ୧ ହଜାର କିଲୋଲିଟର କିରାସିନି କିଣି ପ୍ରଭାବିତ ଲୋକଙ୍କୁ ବାଣ୍ଟିପାରିବେ। ଏହାବାଦ୍‌ ଯଦି ଅଧିକ କିରାସିନି ଆବଶ୍ୟକ ତେବେ ମନ୍ତ୍ରଣାଳୟ ଓଡ଼ିଶା ପାଇଁ ଆହୁରି ୧ହଜାର କିଲୋଲିଟର କିରାସିନି ବରାଦ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି କୋଟା କିରାସିନିକୁ ରାଜ୍ୟ ଯେକୌଣସି ସମୟରେ ଉଠାଇପାରିବେ।

ଫୋନି ପ୍ରଭାବିତ ପୁରୀ ଜିଲ୍ଲାରେ ବିଜୁଳି ଆଲୁଅ ନଆସିବା ଯାଏ ଲୋକଙ୍କୁ ଡିବିରି ଜାଳିବା ଲାଗି ଆବଶ୍ୟକ କିରାସିନି ମାଗଣାରେ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ। ମେ ମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରର ଏ ବାବଦରେ ଲେଖିଥିବା ଏକ ଚିଠିରେ କହିଥିଲେଯେ, ପୁରୀର ସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଏଠଶରେ ବିଜୁଳି ସରବରାହ ସ୍ଵଭାବିକ କରିବାକୁ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଲାଗିଛନ୍ତି। କିନ୍ତୁ ଏହି ସମୟରେ ଲୋକଙ୍କ ପାଖରେ ଆଲୁଅ ବ୍ୟବସ୍ଥା କରିବା ତଥା ଲୋକଙ୍କ ଘରେ ଡିବିରି ଜାଳିବା ଲାଗି କିରାସିନି ତେଲେ ଆବଶ୍ୟକ ପଡ଼ୁଛି। ଏଣୁ ମନ୍ତ୍ରଣାଳୟ ଏ ବିଷୟରେ ଧ୍ୟାନ ଦେଇ ୧ହଜାର କିଲୋଲିଟର କିରାସିନି କୋଟା ବରାଦ କରନ୍ତୁ। ଏହା ମାଗଣାରେ ଡିଲରମାନଙ୍କୁ ଦେବା ଲାଗି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କିରାସିନି ମାଗଣାରେ ଡିଲରମାନଙ୍କୁ ଦିଆଗଲେ ସେମାନେ ହିତାଧିକାରଙ୍କୁ କିରାସିନି ବାଣ୍ଟିବାବେଳେ ଆଉ ଅର୍ଥ ମାଗିବେ ନାହିଁ।

ଏହି ଚିଠିର ଉତ୍ତର ଧର୍ମେନ୍ଦ୍ର ଆଜି ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଯେଉଁ ଚିଠିରେ ମାଗଣା କିରାସିନି ପରିବର୍ତ୍ତେ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ସେହି ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି। ସେହି ଅର୍ଥରେ କିରାସିନି କିଣିବା ଲାଗି ପରାମର୍ଶ ଦିଆଯାଇଛି। ପୁଣି ଯଦି ରାଜ୍ୟ ଅଧିକ କିରାସିନି ଚାହେଁ ତେବେ ମନ୍ତ୍ରଣାଳୟ ଆହୁରି ୧୦୦୦ କିଲୋଲିଟର କିରାସିନି ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *