ଭୁବନଙ୍କ ମାଧ୍ୟମରେ ବିଜୟଙ୍କ ରାସ୍ତା ଓଗାଳିଲେ ଧର୍ମେନ୍ଦ୍ର
ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଦଳକୁ ଫେରାଇ ଆଣି ନିର୍ବାଚନ ବିଜୟକୁ ସୁଗମ କରିବା ପାଇଁ ଦଳର ନବ ନିଯୁକ୍ତ ଉପ-ସଭାପତି ବୈଜୟନ୍ତ ପଣ୍ଡା ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଉଦ୍ୟମକୁ ଧର୍ମେନ୍ଦ୍ର ତାଙ୍କ ଅନୁଗତ ଭୁବନମୋହନ ଜେନାଙ୍କ ମାଧ୍ୟମରେ ଫସର ଫଟେଇ ଦେଇଛନ୍ତି। ଫଳରେ ବିଜୟଙ୍କ ପୁଣି ବିଜେପି ଫେରିବା ରାସ୍ତା ବନ୍ଦ ହୋଇଯାଇଛି।

ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ପୁଣି ଦଳକୁ ଫେରାଇ ଆଣି ସଂଗଠନକୁ ମଜଭୂତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ବୈଜୟନ୍ତଙ୍କ ଏହି ଉଦ୍ୟମ ଧର୍ମେନ୍ଦ୍ରଙ୍କୁ ପସନ୍ଦ ହୋଇନଥିଲା। କାରଣ ଉପକୂଳ ଓଡ଼ିଶାର ବିଜୟ, ବୈଜୟନ୍ତ ଯୋଡି ଏକ ହୋଇଗଲେ ଏମାନେ ଶକ୍ତିଶାଳୀ ହୋଇଯିବେ। ଯାହାକି ଧର୍ମେନ୍ଦ୍ରଙ୍କର ମଇଛା ମୁଖ୍ୟମନ୍ତ୍ରୀ ହେବାର ଯେଉଁ ଇଛା ରହିଛି ତାହା ପାଣି ଫୋଟକା ଭଳି ମିଳେଇ ଯିବ।
ବୈଜୟନ୍ତ ଯେତେବେଳେ ଦିଲ୍ଳୀରେ ବିଜେପିରେ ଯୋଗ ଦେଳେ ସେତେବଳେ ସେ ରାଜ୍ୟର ନେତା ସ ଖାସ୍ କରି ଧର୍ମେନ୍ଦ୍ରଙ୍କ ସହିତ ଆଲୋଚନା କରିବାକୁ ପସନ୍ଦ କରିନଥିଲେ। ଧର୍ମେନ୍ଦ୍ର ଏଥିପାଇଁ ବୈଜୟନ୍ତଙ୍କ ଉପରେ ଖୁସିନଥିଲେ। ତେଣୁ ବୈଜୟନ୍ତଙ୍କ ଉଦ୍ୟମ ଭଣ୍ଡୁର କରିବା ସହିତ ତାଙ୍କୁ ବିଜୟଙ୍କ ନିକଟରେ ଅପଦସ୍ତ କରିବା ପାଇଁ ଯେଉଁ ଯୋଜନା କରିଥିଲେ ତାହା ବସ୍ତୁତଃ ସଫଳ ହୋଇଛି ବୋଲି ତାଙ୍କ ସମର୍ଥକମାନଙ୍କଠାରୁ ପ୍ରକାଶ।
ଏଥିପାଇଁ ଧର୍ମେନ୍ଦ୍ର ଓ ବୈଜୟନ୍ତ ପଣ୍ଡା ବିଜୟଙ୍କ ବାସ ଭବନକୁ ଯାଇ ତାଙ୍କ ମାନଭଞ୍ଜନ କରିବା ଯୋଜନା ସ୍ଥିର ହୋଇଥିଲା। ଏହି ଯୋଜନା କାଳେ ସଫଳ ହୋଇଯିବ ତା ପୂର୍ବରୁ ଧର୍ମେନ୍ଦ୍ର କେନ୍ଦ୍ରାପଡାରେ ନିଜ ଅନୁଗତ ଭୁବନମୋହନ ଜେନା ମାଧ୍ୟମରେ କେନ୍ଦ୍ରପଡା ବିଜେପି ପକ୍ଷରୁ ବିଜୟଙ୍କ ପ୍ରତ୍ୟାବର୍ତ୍ତନ ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରାଇ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିଲେ। କେବଳ ସେତିକି ନୁହେଁ କେନ୍ଦ୍ରାପଡା ବିଜେପି ପକ୍ଷରୁ ଏହାର ବିରୋଧରେ ବିକ୍ଷୋଭ ଭଳି କାର୍ଯ୍ୟକ୍ରମ କରାଯାଇଥିଲା।
ଏହିସବୁ ଯୋଜନା ବିଜୟଙ୍କ ନିକଟରେ ପହଞ୍ଚିବା ପରେ ସେ ଯେଉଁ ବିଜେପକୁ ପୁଣି ତରେ ଫେରିବା ନେଇ ମନ ପରିବର୍ତ୍ତନ କରିଥିଲେ ବୋଳି କୁହାଯାଉଥିିଲା ତା ବାଟ ପୁଣି ବନ୍ଦ ହୋଇଯାଇଛି। ବିଜୟ ସିନା ଫେରିବେ ନାହିଁ, ଏଥିରେ ଧର୍ମେନ୍ଦ୍ରଙ୍କର କୂଟନୈତିକ ବିଜୟ ହୋଇଛି ବୋଲି ବିଜେପି ମହଳରେ ଆଲୋଚନା ହେଉଛି।