ଧନୁଷଙ୍କ ହଲିଉଡ୍ ଫିଲ୍ମର ହିନ୍ଦି ରିମେକ୍ ସମ୍ଭବ ନୁହେଁ

‘ରାଞ୍ଝଣା ଫେମ୍ ଧନୁଷ ପ୍ରଥମ ଥର ପାଇଁ ଏକ ହଲିଉଡ୍ ଫିଲ୍ମ ‘ଦ ଏକ୍ସଟ୍ରାଅଡ଼ିନାରି ଜର୍ଣ୍ଣି ଅଫ୍ ଏ ଫକିର୍’ରେ ନଜର ଆସିବେ ବୋଲି ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି । ଏହାକୁ ଭାରତରେ ମଧ୍ୟ ଇଂରାଜୀ ଭାଷାରେ ରିଲିଜ୍ କରାଯିବ ବୋଲି ଫିଲ୍ମର ନିର୍ମାତା ସୌରଭ ଗୁପ୍ତାଙ୍କ ପକ୍ଷରୁ ସୂଚନା ମିଳିଛି । ଏହାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଏହା କୌଣସି ବଡ଼ ବଜେଟ୍ ଫିଲ୍ମ ନଥିବା କାରଣରୁ ୱାଇଡଲି ରିଲିଜ୍ କରିହେବ ନାହିଁ । ଏହା ମାତ୍ର ୩୫୦ଟି ସିନେମାଘରେ ପ୍ରଦର୍ଶିତ ହେବ । ତେଣୁ ଏହାର ହିନ୍ଦୀ ରିମେକ୍ ରିଲିଜ୍ ସମ୍ଭବ ହୋଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ହିନ୍ଦି ରିମେକ୍ କାମ ସରିଯାଇଛି । କିନ୍ତୁ ଏହାକୁ ଡିଜିଟାଲ୍ ପ୍ଲାଟଫର୍ମରେ ବ୍ୟବହାର କରାଯିବ । ହିନ୍ଦି ରିମେକରେ ଧନୁଷଙ୍କ କଣ୍ଠସ୍ୱର ପାଇଁ ଫିଲ୍ମିସ୍ଥାନ୍ ଫେମ୍ ଅଭିନେତା ଶରୀବ୍ ହାସମୀଙ୍କୁ ସାଇନ୍ କରାଯାଇଛି । ଧନୁଷଙ୍କ ପ୍ରଶଂସକଙ୍କୁ ଏଭଳି ଏକ ଖବର ନିରାଶ କରିଛି ।

Leave a Reply

Your email address will not be published. Required fields are marked *