ଏହିଦିନ ମୁକ୍ତିଲାଭ କରିବ ଧନୁଷଙ୍କ ଇଣ୍ଟରନ୍ୟାସନାଲ୍ ଫିଲ୍ମ
ରାଞ୍ଝଣା ଫେମ୍ ଧନୁଷଙ୍କ ପ୍ରଥମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ‘ଦ ଏକ୍ସଟ୍ରାଅଡ଼ିନାରୀ ଜର୍ଣ୍ଣି ଅଫ୍ ଦ ଫକିର୍’ ର ମୁକ୍ତିଲାଭ ତାରିଖକୁ ଅପେକ୍ଷା କରି ବସିଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର। ଏହି ଫିଲ୍ମ ଆସନ୍ତା ଜୁନ୍ ମାସ ୨୧ ତାରିଖରେ ସିନେମାଘରକୁ ଆସିବ। ଗତବର୍ଷ କାନ୍ସ୍ ଫିଲ୍ମ ଫେଷ୍ଟିଭାଲରେ ଏହି କମେଡ଼ି ଆଡଭେନଚର୍ ଫିଲ୍ମର ପ୍ରମୋସନ୍ କରାଯାଇଥିଲା।
ଭାରତରେ ଏହି ଫିଲ୍ମକୁ ଅନିଲ୍ ଥଡାନି ରିଲିଜ୍ କରିବେ ବୋଲି ସୂଚନା ମିଳିଛି। ପ୍ରଯୋଜକ ଅଦିତି ଆନନ୍ଦ କହିଛନ୍ତି ଯେ ଏହାର କାହାଣୀ ପ୍ରବାସୀମାନଙ୍କ ଫିଲଗୁଡ୍ ଉପରେ ଆଧାରିତ। ରୋମେନ୍ ପ୍ୟୁର୍ତୋଏସଙ୍କ ପୁସ୍ତକ ଅନୁଯାୟୀ କାହାଣୀ ରଚନା କରାଯାଇଛି। କେନ୍ ସ୍କଟନେ ଏହାର ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ଅନୁଯାୟୀ ଧନୁଷ ଜଣେ ଯାଦୁଗର ଭୂମିକାରେ ଅଛନ୍ତି ଏବଂ ଭାରତରୁ ପ୍ୟାରିସ୍ ଯାତ୍ରା କରିଛନ୍ତି।
ଫିଲ୍ମର ପ୍ରିମିୟର୍ ମେଲବର୍ଣ୍ଣ ଫିଲ୍ମ ଫେଷ୍ଟଭାଲରେ ପ୍ରଦର୍ଶିତ ହୋଇସାରିଛି। ଇଂରାଜୀ ଓ ତାମିଲ୍, ଦୁଇଟି ଭାଷାରେ ଫିଲ୍ମ ରିଲିଜ୍ ହେବ। ତାମିଲ ଭାଷାରେ ଏହି ଫିଲ୍ମର ନାଁ ହେଉଛି ‘ପକ୍କିରି’। ଧନୁଷଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଆଖିଦୃଶୀୟା ବ୍ୟବସାୟ କରିବ ବୋଲି ଫିଲ୍ମ ସମୀକ୍ଷକମାନେ ଏବେଠାରୁ ଅନେକ କିଛି ଆକଳନ କରୁଛନ୍ତି ।