ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ ,(ଓଟି): ଆଜିଠାରୁ ଆରମ୍ଭ ହେବ ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ସହର  ମଥୁରା ନଗରୀ ହୋଇଥିବା ବେଳେ , ଅମ୍ବାପାଲି ପାଲଟିଯାଇଛି ଗୋପପୁର। ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କଳାକାରଙ୍କ ଆଖଡ଼ା ଶେଷ ହୋଇଛି। ଦୀର୍ଘ ୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ଚାଲିବ ଧନୁଯାତ୍ରା।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲି ପ୍ରସ୍ତୁତ ହୋଇସାରିଛି। କୃଷ୍ଣଲୀଳାରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି ଅମ୍ବାପାଲିବାସୀ। ଧନୁଯାତ୍ରା ପାଇଁ କଳାକାର ଓ ଗ୍ରାମବାସୀ ସମସ୍ତଙ୍କ ପସ୍ତୁତି ସରିଛି। ଘରେ ଘରେ ଲିପାପୋଛା ଏବଂ ସାଜସଜା କାମ ସରିଯାଇଛି। ଗାଁର ସମସ୍ତ ଘର କାନ୍ଥରେ କୃଷ୍ଣଲୀଳା ସଂପର୍କୀତ ନୂୂତନ ଦୃଶ୍ୟ ଗୁଡ଼ିକ ସଂରଚନା କରାଯାଉଛି।

ବରଗଡ଼ ଧନୁଯାତ୍ରାର ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଧନୁଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅମ୍ବାପଲି ଗାଁରେ କୃଷ୍ଣଲୀଳାର ଦୃଶ୍ୟ ଅଭିନିତ ହୋଇଥାଏ। ଏଥିପାଇଁ କଳାକାର ଓ ଗ୍ରାମବାସୀ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି। ଗାଁକୁ ଏବେ ଠାରୁ ବନ୍ଧୁବାନ୍ଧବ ଆସିଗଲେଣି। ସମସ୍ତେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜେଇଛନ୍ତି। ଘର ଓ କାନ୍ଥକୁ ଲିପା ପୋଛା କରି ରଂଗ ଦେଇ ରଙ୍ଗୀନ ଆଲୋକରେ ସଜେଇଛନ୍ତି ଅମ୍ବାପାଲି ବାସିନ୍ଦା।

ଗାଁର ସମସ୍ତ କାଂଥରେ କୃଷ୍ଣ ଲୀଳା ସମ୍ପର୍କୀତ ଚିତ୍ର ଅଙ୍କା ଯାଉଛି। ଯାହା ଗୋପପୁରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। ଅନ୍ୟପଟେ ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ଓ ନନ୍ଦପୁରୀର ନିର୍ମାଣ ମଧ୍ୟ ଶେଷ ହୋଇଛି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଥୁରା ପରି ଗୋପପୁରରେ ମଧ୍ୟ ଜାତୀୟସ୍ଥରର ସାସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ। ଏହାସହ ସର୍କସ ଓ ମୀନାବଜାର ଗୋପପୁର ଯାତ୍ରାର ମୁଖ୍ୟ ଆକର୍ଷଣ ହେବ।

Leave a Reply

Your email address will not be published.