ଧନତରାସରେ କିଣନ୍ତୁ ଏହି ୫ଟି ଜିନିଷ, ଦେଖନ୍ତୁ ଚମତ୍କାର
ଆଉ କିଛି ଦିନ ପରେ ଆସିବ ଧନତରାସ୍ ପର୍ବ । ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାର ବିଶେଷ ପର୍ବ ଦୀପାବଳିର ଦୁଇଦିନ ପୂର୍ବରୁ ଭଗବାନ ଶ୍ରୀବିଷ୍ଣୁ ସଂସାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଧନ୍ୱନ୍ତରୀର ଅବତାର ନେଇଥିଲେ । ସେହି ଦିନକୁ ଧନତରାସ୍ ଭାବେ ପାଳନ କରାଯାଏ । ତେଣୁ ଏହି ଦୁଇଦିନ ମଧ୍ୟରେ ପ୍ରାୟ ସମସ୍ତେ ସୁନା, ରୁପା କିମ୍ବା କିଛି ଘରକରଣା ଜିନିଷ କିଣିଥାନ୍ତ । ଏଭଳି କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ଧନତରାସ୍ରେ କେଉଁ ୫ଟି କିଣିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉନ୍ନତି ହୋଇଥାଏ-
୧- ପ୍ରଥମେ ହେଉଛି ଠାକୁରଙ୍କୁ ଭୋଗ ଅର୍ପଣ କରିବାକୁ କିଛି ପିତଳ ବାସନ । ତାପରେ ନିଜ ଘର ପାଇଁ କିଛି ଷ୍ଟିଲ୍ ବାସନ କିଣନ୍ତୁ । କିନ୍ତୁ ମନେ ରଖନ୍ତୁ କୌଣସି କାଚ ଜିନିଷ କିଣନ୍ତୁ ନାହିଁ । ପିତଳର ଛୋଟ ଘଣ୍ଟି କିଣିବା ମଧ୍ୟ ଶୁଭ ବୋଲି କୁହାଯାଏ ।
୨- ସୁନା କିମ୍ବା ରୁପାର କୌଣସି ଗହଣା ଧନତରାସରେ କିଣିବା ଅତ୍ୟନ୍ତ ଶୁଭ ।
୩- ଗୋଟିଏ ମାଟି କଳସୀ କିମ୍ବା ପିଳତର ଛୋଟ କଳସୀ କିଣି ଆଣନ୍ତୁ । ସେଥିରେ ମନ୍ଦିର କିମ୍ବା କୌଣସି ପବିତ୍ର ନଦୀରୁ ଜଳ ଆଣି ସେଥିରେ ଗଙ୍ଗାଜଳ ମିଶାଇ ପୂଜାସ୍ଥଳରେ ରଖନ୍ତୁ । ଏହାର ଜଳ ଯେମିତି ବର୍ଷସାରା ଶୁଖିବ ନାହିଁ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
୪- ଧନତରାସ୍ ଦିନ କଉଡ଼ି କିଣନ୍ତୁ । ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ କଉଡ଼ି ରଖିବା ଅତ୍ୟନ୍ତ ଶୁଭ ।
୫- ଧନତରାସର ଦୁଇଦିନ ମଧ୍ୟରେ ନିଶ୍ଚିତ ଭାବେ ହଳଦୀ କିଣି ଆଣନ୍ତୁ । ହଳଦୀ ପାଉଡରକୁ ଆପଣ ରୋଷେଇ ଘରେ ବ୍ୟବହାର କରନ୍ତୁ ଏବଂ ଗୋଟା ହଳଦୀ କିଣୁଥିଲେ ତାହାକୁ ପୂଜାସ୍ଥଳରେ ରଖନ୍ତୁ ।