‘ଧାକଡ଼୍’ର ଟିଜର୍ ଆଉଟ୍, ଆକ୍ସନ୍ ଅବତାରରେ କଙ୍ଗନା
ବି ଟାଉନର ବ୍ୟସ୍ତ ନାୟିକା କଙ୍ଗନା ରଣାୱତଙ୍କ ଅପକମିଙ୍ଗ୍ ଫିଲ୍ମ ‘ଧାକଡ଼୍’ର ଟିଜର୍ ରିଲିଜ୍ କରାଯାଇଛି । ମାତ୍ର ୪୫ ସେକେଣ୍ଡର ଏହି ଟିଜରରେ କଙ୍ଗନାଙ୍କ ଆକ୍ସନ୍ ଅବତାର ଦର୍ଶକଙ୍କୁ ବେଶ୍ ପସନ୍ଦ ହୋଇଛି । କଙ୍ଗନା ହାତରେ ମେସିନ୍ ଗନ୍ ଓ ଚେହେରାରେ ଗମ୍ଭୀର ଭାବ ନେଇ କେବଳ ଗୁଳିବର୍ଷା କରି ଚାଲୁଥିବାର ଦେଖିବାକୁ ମିଳିଛି । ଏହି ଟିଜରରେ ଡାଇଲଗ୍ ନଥିଲେ ମଧ୍ୟ କଙ୍ଗନାଙ୍କ ଆକ୍ସନ୍ ଅନେକ କିଛି କହୁଛି ବୋଲି ପ୍ରଶଂସକ ମତ ଦେଇଛନ୍ତି ।
ମିଡିଆ ସହିତ ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଯେ ‘ଏହି ଫିଲ୍ମରେ ଅସଲି ମେସିନ୍ ଗନ୍ ବ୍ୟବହାର କରାଯାଇଛି ଏବଂ ସେଗୁଡ଼ିକୁ ଖୁବ୍ ଭାରି । ସୁଟିଂ ସମୟରେ ସେଗୁଡ଼ିକୁ ଉଠାଇବା ସହିତ ଅଭିନୟ କରିବା ମୋ ପାଇଁ ଖୁବ୍ କଷ୍ଟକର ଥିଲା । ପ୍ରଥମେ ମେସିନ୍ ଗନ୍ ଉଠାଇ ପାରିନଥିବାରୁ ଟିମ୍ ମୋର ମଜାକ୍ ଉଡ଼ାଇଥିଲେ’ । ଫିଲ୍ମର ନିର୍ଦ୍ଦେଶକ ରେଜି ଘାଇ କହିଛନ୍ତି ଯେ ଫିଲ୍ମରେ ଥିବା ଆକ୍ସନ୍ ଦୃଶ୍ୟ ପାଇଁ ଏକ ଷ୍ଟଣ୍ଟ୍ କୋର୍ଡ଼ିନେଟର ଅଛନ୍ତି, ଯିଏକି କଙ୍ଗନାଙ୍କୁ ଏ ସମ୍ପର୍କରେ ବିଶେଷ ଟ୍ରେନିଂ ଦେଇଥିଲେ । ଆସନ୍ତା ବର୍ଷ ଫେବୃୟାରୀ ମାସରେ ସୁଟିଂ ଆରମ୍ଭ କରାଯିବ ଏବଂ ସୁଟିଂ ସମ୍ପୂର୍ଣ୍ଣ କରିବା ପାଇଁ କଙ୍ଗନାଙ୍କ ହାତରେ ୨ ମାସ ସମୟ ଅଛି । ଆସନ୍ତା ବର୍ଷ ଦୀପାବଳିରେ ଏହା ଫ୍ଲୋରକୁ ଆସିବାର ଯୋଜନା ରହିଛି ।