କଂଗ୍ରେସ ଭବନରେ ଧାରଣା : ଟଙ୍କା ନେଇ ଦିଆଯାଉଛି ଟିକେଟ

ପିସିସି ସଭାପତି ଦାୟିତ୍ବ ନେବା ଦିନରୁ ନିରଞ୍ଜନ  ପଟ୍ଟନାୟକ ଓ ତାଙ୍କ ଟିମ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅଗଷ୍ଟ ପରେ ଡିସେମ୍ବର ତା ପରେ ଜାନୁଆରୀ ଏମିତି ଦୁଇ ଦିନ ତଳେ ରାତି ଅଧିଆ 6 ଟି ଲୋକସଭା ଓ 36 ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ। ହେଲେ ତାଲିକା ଘୋଷଣା ହେଉ ହେଉ ଦଳରେ ବିଦ୍ରୋହର ନିଆଁ ଲାଗିଲାଣି।

ପ୍ରଥମେ ଜୟପୁର କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି ଅସନ୍ତୋଷର ଛୁଙ୍କ ଦେଲେ। ତାଙ୍କ ଅନୁଗତଙ୍କୁ କୋରାପୁଟ ଲୋକସଭା ପ୍ରାର୍ଥୀ କରାନଗଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଥିଲେ।

ଆଜି କବିସୂର୍ଯ୍ୟନଗର ପ୍ରାର୍ଥୀ ଚୟନକୁ ନେଇ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି। କବିସୂର୍ଯ୍ୟନଗର ପ୍ରାର୍ଥୀ ବିଜୟ କୁମାର ସାହୁଙ୍କ ବିରୋଧରେ ଜୋନ ସଭାପତି, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ଧାରଣାରେ ବସିଛନ୍ତି।

ବିଜୟ କୁମାର ସାହୁ କିଏ ଚିହ୍ନି ନାହାନ୍ତି। ବାହାର ଲୋକଙ୍କୁ ଟଙ୍କା ନେଇ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରିଛନ୍ତି ଏମାନେ। ତାଙ୍କ ବଦଳରେ ସ୍ଥାନୀୟ ନେତା ସୀତାରାମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

ଟିକେଟ ବିଳମ୍ବ ଯୋଗୁଁ କଂଗ୍ରେସର କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ନିର୍ଦ୍ଦଳୀୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚନ୍ଦ୍ରଶେଖର ପାର୍ଟି ନେତୃତ୍ବକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି। ତେବେ ସେ କହୁଛନ୍ତି ଦଳ ଟିକେଟ ଆସିବାକୁ ସେ ଅପେକ୍ଷା କରିଛନ୍ତି। ହେଲେ ସଭାପତି କହିଛନ୍ତି ଦ୍ବିତୀୟ ପର୍ଯ୍ୟାୟ ଟିକେଟ ଘୋଷଣାକୁ ଅପେକ୍ଷା କର। ଟିକେଟ ଘୋଷଣା ବେଳେ ଏମିତି ବିଦ୍ରୋହ ହୁଏ।

Leave a Reply

Your email address will not be published.