#Corona: କୋଭିଡ଼-୧୯ର ଗବେଷଣା ପାଇଁ ଦିଲ୍ଲୀ ଆଇଆଇଟିର ଆହ୍ବାନ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌):କୋରାନା ଭୂତାଣୁ ସଂକ୍ରମଣକୁ ନେଇ ଦେଶ ଘଡ଼ିସନ୍ଧି ଭିତରେ ଗତି କରୁଥିବାରୁ କୋଭିଡ଼-୧୯ ଭୂତାଣୁ ଉପରେ ଗବେଣୋ କରିବା ପାଇଁ ବିଶେଷଜ୍ଞମାନଙ୍କୁ ଦିଲ୍ଲୀ ଆଇଆଇଟି କର୍ତୃପକ୍ଷ ସୁପର କମ୍ପ୍ୟୁଟର ପିଏଡିଏମୟୁ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ କମ୍ପାନୀମାନେ ଏ ନେଇ ପ୍ରସ୍ଥାବ ଦେଲେ ବିନା ମୂଲ୍ୟରେ ଦିଲ୍ଲୀ ଆଇଆଇଟି ୧କୋଟି କମ୍ପ୍ୟୁଟର ଘଂଟାର ସମୟ ପ୍ରଦାନ କରିବା ସହ ୧୦ ଲକ୍ଷ କମ୍ପ୍ୟୁଟର ମୂଲ୍ୟ ପ୍ରଦାନ କରିବାକୁ କହିଛି । ବିଶେଷଜ୍ଞଙ୍କ କାର୍ଯ୍ୟକୁ ନେଇ ୩ମାସ ସମୟ ସୀମାରୁ ୬ ମାସକୁ ବୃଦ୍ଧି କରାଯାଇ ପାରିବ ବୋଲି ମଧ୍ୟ ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି । ଏପ୍ରିଲ ମାସ ୧୫ ତାରିଖ ମଧ୍ୟରେ ବିଶେଷଜ୍ଞମାନେ ତାଙ୍କ ପ୍ରସ୍ଥବ ଦେଇପାରିବେ ବୋଲି ଦିଲ୍ଲୀ ଆଇ ଆଇଟି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *