କୋରୋନା ପଜିଟିଭ ସତୈନ୍ଦ୍ର ଜୈନ, ବିଗୁଡ଼ୁଛି ସ୍ୱାସ୍ଥ୍ୟାବସ୍ଥା !

ନୂଆଦିଲ୍ଲୀ , (ଓଡିଶା ଟାଇମ୍): ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଉଲ୍ଲେଖନୀୟ ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ଦୁଇ ଦିନ ପୂର୍ବେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଶୁକ୍ରବାର ପୁଣି ଥରେ ଜୈନଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହା ପରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କୁହଯାଉଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ମାତ୍ରା ଅଧିକ ବଢି ଯାଇଛି। ଏହି କାରଣରୁ ତାଙ୍କୁ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହେଉଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିୟମିତ ଭାବେ ବିଭିନ୍ନ କୋଭିଡ ହସ୍ପିଟାଲ ଗସ୍ତ କରି ସ୍ଥିତି ନିରୀକ୍ଷଣ କରୁଥିଲେ। ଏହି ସମୟ ମଧ୍ୟରେ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଗତ ଶୁକ୍ରବାର ତାଙ୍କୁ ପ୍ରବଳ ଜ୍ଵର ହେବା ସହିତ କରୋନା ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା କରାଯାଇଥିଲା। କିନ୍ତୁ ପ୍ରଥମ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ଜ୍ଵର ବଢ଼ିବାରୁ ପୁଣି ଥରେ ପରୀକ୍ଷା କରାଯାଇଥିଲା। ୨ୟ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଥିଲା। ଏହା ପରେ ତାଙ୍କୁ ଗତ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *