ଦିଲ୍ଲୀ ଦୌଡ଼: ଆଗରେ ଆପ୍, ପଛଇେଚି ବିଜେପି

ନୂଆଦିଲ୍ଲୀ(ଓଟି): ଆଜି ଚାଲିଛି ଦିଲ୍ଲୀ ଭୋଟ ଗଣତି। ପୂର୍ବାହ୍ଣ ୮ଟାରୁ ଆରମ୍ଭ ହୋଇଥିବା ଗଣତିରେ ବର୍ତ୍ତମାନ (ଦିନ ସାଢ଼େ ୧୨) ପର୍ଯ୍ୟନ୍ତ ଆପ୍ ଖୁବ୍‌ ଆଗରେ ରହିଛି। ମୋଟ ୭୦ଟି ଆସନରୁ ୫୭ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୩ଟିରେ ଆଗରେ ରହିଛି। ପ୍ରାଥମିକ ପର୍ଯ୍ୟାୟରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିଲେ ମଧ୍ୟ ପୁଣି ପଛରେ ପଡ଼ିଛି। ଫଳରେ ଗତ ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲକୁ ନେଇ ସମ୍ପ୍ରତି ବିଶେଷଜ୍ଞ ମହଲରେ ଆଲୋଚନା ସରଗରମ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପ୍ରାୟ ସଂସ୍ଥା ପକ୍ଷରୁ ଆକଳନ କରାଯାଇଥିଲା ଯେ ଆପ୍‌ ଜିଣିବ ଦିଲ୍ଲୀ ଦରବାର।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଆଗୁଆ ରହିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସର ଚାନ୍ଦିନ ଚୌକ ପ୍ରାର୍ଥୀ ଅଳକା ଲାମ୍ବା ପଛରେ ପଡ଼ିଥିବା ବେଳେ ବିଜେପିର କପିଲ ମିଶ୍ରା କିଛି ସମୟ ଲିଡ୍‌ କରି ପୁଣି ପଛରେ ପଡ଼ିଯାଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ଆପ୍ ଶିବିରରେ ଉତ୍ସାହ ଦେଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟଯେ ୨୦୧୫ ନିର୍ବାଚନରେ ଆପ୍‌ ୭୦ଟି ଆସନରୁ ୬୭ଟିରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ତେବେ ପୂର୍ବରୁ ଖୁବ୍‌ ବର୍ଷ ଦିଲ୍ଲୀରେ ରାଜ୍‌ କରିଥିବା କଂଗ୍ରେସ ମୋଟରୁ ଖାତା ଖୋଲି ପାରିନଥିଲା।

Leave a Reply

Your email address will not be published. Required fields are marked *