ପୁଣି ଚମକାଇଲେ ଆଉଜଣେ ଓଡ଼ିଆ

ଭୁବନଶ୍ଵେର (ଓଟି): ଓଡ଼ିଶାର ଉତ୍କର୍ଷ ଆଉ ଓଡ଼ିଆଙ୍କ ଦକ୍ଷତା- ବେଶ୍‌ ଆଗରୁ ବିଶ୍ଵ ଦରବାରରେ ପ୍ରତିପାଦିତ ହୋଇଆସିଛି। ଓଡ଼ିଆମାନେ ସବୁବେଳେ ସ୍ଵତନ୍ତ୍ର ଆଉ ନୂଆ କରିବାରେ ସିଦ୍ଧହସ୍ତ। ଏହାକୁ ପ୍ରମାଣ କରିଛନ୍ତି ଆଉଜଣେ ଓଡ଼ିଆ। ହଁ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ବିଦେଶର ଏକ ବିଶ୍ଵସ୍ତରୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ଭାବେ ଯୋଗଦେବେ। ଏହା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି।

ସୂଚନା ଅନୁସାରେ ରୁଷିଆର ଏକ ପ୍ରମୁଖ ଫିଲ୍ମ ଫେଷ୍ଟିଭାଲର ଜୁରୀ ମେମ୍ବର ଭାବେ ମନୋନୀତ ହୋଇଛନ୍ତି ଦିଲ୍ଲୀରେ ଅବସ୍ଥାପିତ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର। ସେ ଅଷ୍ଟାଦଶତମ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ୍ ସିନେମାଟୋଗ୍ରାଫିକ ଡେବୁଟ୍ସ ସ୍ପିରିଟ୍ ଅଫ୍ ଫାୟାର ପାଇଁ ବିଚାରକ ଭାବେ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ଫେଷ୍ଟିଭାଲ ରୁଷିଆ-ସାଇବେରିଆରେ ହେବ। ୨୦୦୨ରୁ ଏହି ଫେଷ୍ଟିଭାଲ ହୋଇଆସୁଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫଟୋଗ୍ରାଫି ଏବଂ ଭିଜୁଆଲ ପ୍ରଦର୍ଶନୀ ମଧ୍ୟ ହୋଇଥାଏ। ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ମିଶ୍ର ବହୁ ଭାରତୀୟ ସିନେମାରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଏଥିସହ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ସେ ଜୁରୀ ହୋଇସାରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

Leave a Reply

Your email address will not be published.