ଦୀପବୀରଙ୍କ ଆନିଭର୍ସରୀ ପ୍ଲାନିଙ୍ଗ୍

ସିନେ ମହଲରେ ଦୀପବୀର୍ ଭାବେ ବେଶ୍ ଲୋକପ୍ରିୟ ରୋମାଣ୍ଟିକ୍ ଯୋଡ଼ି ଦୀପିକା ଓ ରଣବୀର୍ ସିଂ ଆଜିକାଲି ତାଙ୍କର ପ୍ରଥମ ଆନିଭର୍ସରୀର ପୂର୍ବ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଅନସ୍କ୍ରୀନ୍ ଓ ଅଫସ୍କ୍ରୀନର ଏହି ଲଭବାର୍ଡ଼ ଆସନ୍ତା ୧୪ ତାରିଖରେ ତାଙ୍କର ପ୍ରଥମ ଆନିଭର୍ସରୀ ପାଳନ କରିବେ । ଏହି ଦିନ ପାଇଁ ସେମାନେ କ’ଣ ସବୁ ପ୍ଲାନିଙ୍ଗ୍ କରିଥିବେ, ତାହା ଜାଣିବା ପାଇଁ ପ୍ରଶଂସକ ଅନେଇ ବସିଥାନ୍ତି । ତେବେ କହିରଖୁଛୁ ସେମାନେ ୧୪ ତାରିଖ ଦିନ ସପରିବାର ତିରୁପତି ଦର୍ଶନ କରିବେ । ଏହାପରେ ଅମୃତସରର ସ୍ୱର୍ଣ୍ଣମନ୍ଦିର ଯିବାର ପ୍ଲାନିଙ୍ଗ୍ ରହିଛି ।

ଦୀପିକାଙ୍କ କେତେଜଣ ନିକଟତର ବନ୍ଧୁଙ୍କ ଠାରୁ ସୂଚନା ମିଳିଛି ଯେ ଦୀପବୀର୍ ପ୍ରଥମେ ତିରୁପତି ମନ୍ଦିର ଓ ପରେ ପଦ୍ମାବତୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ । ୧୫ ତାରିଖରେ ସେମାନେ ଅମୃତସର ଯିବେ । ବିବାହ ପରେ ପ୍ରଥମ ଥର ପାଇଁ ଏହି ଯୋଡ଼ି ‘୮୩’ ମାଧ୍ୟମରେ ବଡ଼ ପରଦାରେ ନଜର ଆସିବେ । କବୀର୍ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ କ୍ରିକେଟ୍ ଉପରେ ଆଧାରିତ । ଏଥିରେ ରଣବୀର୍ କପିଲଙ୍କ ଭୂମିକାରେ ଥିବାବେଳେ ଦୀପିକା ତାଙ୍କର ସ୍ତ୍ରୀ ଭୂମିକାରେ ଅଛନ୍ତି । ଖୁବ୍ ଶୀଘ୍ର ଏହି ଫିଲ୍ମ ସିନେମାଘରକୁ ଆସିବ ।

Leave a Reply

Your email address will not be published. Required fields are marked *