ଦୀପିକାଙ୍କ ଡିମ୍ପଲ୍ସକୁ ନେଇ କ’ଣ କହିଛନ୍ତି ରଣବୀର୍, ଜାଣନ୍ତୁ

ବି ଟାଉନରେ ଦୀପବୀରଙ୍କ ଯୋଡ଼ି ସବୁଠାରୁ ହିଟ୍ ଆଣ୍ଡ୍ ହଟ୍ । ଏହି ରୋମାଣ୍ଟିକ୍ କପୁଲଙ୍କ ରୋମାନ୍ସ ହେଉ କିମ୍ବା ବିବାହ କିମ୍ବା ଅନସ୍କ୍ରୀନ୍ କେମେଷ୍ଟ୍ରି, କୌଣସି ନା କୌଣସି କାରଣ ପାଇଁ ପ୍ରାୟ ସବୁବେଳେ ଏହି ଯୋଡ଼ି ମନୋରଞ୍ଜନ ପୃଷ୍ଠା ମଣ୍ଡନ କରିଥାନ୍ତି । ଏବେ ଏହି ଧାରାରେ ପୁଣିଥରେ ଦୀପବୀର ଚର୍ଚ୍ଚାରେ ଅଛନ୍ତି । ତେବେ ଖବର ହେଉଛି ଦୀପିକା ନିକଟରେ କିଛି ଫଟୋ ସେୟାର୍ କରିଥିଲେ । ହ୍ୱାଇଟ୍ ସାର୍ଟ ସହିତ ସିଲଭର୍ ପେଣ୍ଟସରେ ଦୀପିକା ଖୁବ୍ ଫ୍ୟାଶନେବୁଲ୍ ଲାଗୁଛନ୍ତି । ଏହା ସାଙ୍ଗକୁ ସିଲଭର୍ ରଙ୍ଗର ଇୟରିଂ ଦୀପିକାଙ୍କୁ ଏକ ନିଆରା ଲୁକ୍ ଦେଉଛି । ଆଉ ପ୍ରତିଥର ଭଳି ଏ ସବୁକୁ ଟକ୍କର ଦେଇ ପ୍ରଶଂସକଙ୍କୁ ଘାଇଲା କରୁଛି ଦୀପିକାଙ୍କ ଡିମ୍ପଲସ୍ ।

କେବଳ ପ୍ରଶଂସକ କାହିଁକି ଦୀପିକାଙ୍କ ଡିମ୍ପଲସ୍ ରଣବୀରଙ୍କୁ ମଧ୍ୟ ଦିୱାନା କରିଛି । ସେହି ସବୁ ଫଟୋର ପ୍ରଶଂସା କରି ରଣବୀର୍ ଲେଖିଛନ୍ତି – ‘ଗୁଡ୍ ସିନ୍ଧି ବୋହୁ । ଦିଲ୍ ଲେ ଗେୟେ ତେରେ ଡିମ୍ପଲସ୍’ । ଦୀପିକାଙ୍କ ପ୍ରଶଂସା କରିବାର କୌଣସି ମଉକାକୁ ରଣବୀର୍ କେବେ ମଧ୍ୟ ହାତଛଡ଼ା କରିନାହାନ୍ତି । ଆଗାମୀ ଦିନରେ ଦୀପିକା ଓ ରଣବୀର୍ ଅପକମିଙ୍ଗ୍ ଫିଲ୍ମ ‘୮୩’ରେ ପତି-ପତ୍ନୀ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *