ଦୀପିକା ନୁହେଁ, ରଣବୀର୍ ବଦଳାଇବେ କି ସର୍ନେମ୍?

ସୋନମ୍, ପିସି ଓ ଐଶଙ୍କ ଭଳି ଅନେକ ନାମିଦାମୀ ଅଭିନେତ୍ରୀ ବିବାହ ପରେ ନିଜର ସର୍ନେମ୍ ବଦଳାଇ ସାରିଛନ୍ତି । କିନ୍ତୁ ଏବେ ସିନେପ୍ରେମୀଙ୍କ ଦୃଷ୍ଟି ରହିଛି ଦୀପିକା ପାଦୁକୋନଙ୍କ ପାଖରେ । ଦୀପିକା ନିଜର ସର୍ନେମ୍ ବଦଳାଇବେ କି ନାହିଁ, ତାହାକୁ ନେଇ ମନୋରଞ୍ଜନ ଦୁନିଆରେ ଅନେକ ଚର୍ଚ୍ଚା । ନିକଟରେ ଏ ସମ୍ପର୍କରେ ମଜାକ୍ ମଜାକରେ ଦୀପିକା କହିଥିଲେ ଯେ ‘ଦୀପିକା ସିଂ କାହିଁକି, ରଣବୀର୍ ସିଂ ପାଦୁକୋଣ୍ କାହିଁକି ନୁହେଁ’ ।

ପରବର୍ତ୍ତୀ ସମୟରେ ଏକ ସାକ୍ଷାତକାରରେ ଦୀପିକା କହିଥିଲେ ଯେ ସେ ମଜାଳିଆ ଭାବେ ସେମିତି କହିଥିଲେ । କିନ୍ତୁ ବାସ୍ତବରେ ଦୀପିକା ଓ ରଣବୀର୍ କେବେ ମଧ୍ୟ ସର୍ନେମ୍ ବଦାଇବାକୁ ଗୁରୁତ୍ୱ ଦେଇନାହାନ୍ତି । ବିବାହ ପରେ ସର୍ନେମ୍ ବଦଳାଇବାର ଆବଶ୍ୟକତା ଅଧିକ ନାହିଁ । ତେଣୁ କେବେ ଦୁଇଜଣଙ୍କ ମଧ୍ୟରେ ଏ ସମ୍ପର୍କରେ କିଛି କଥା ଉଠିନାହିଁ । ଦୀପିକାଙ୍କ ଏହି କଥାକୁ ରଣବୀର୍ ମଧ୍ୟ ସମର୍ଥନ କରିଛନ୍ତି । ଏ ସମ୍ପର୍କରେ ରଣବୀର୍ କହିଥିଲେ ଯେ ତାଙ୍କୁ ଯଦି କିଏ ରଣବୀର୍ ସିଂ ପାଦୁକୋଣ୍ ଭାବେ ସମ୍ବୋଧନ କରେ, ତାହେଲେ ତାଙ୍କର କୌଣସି ଆପତ୍ତି ନାହିଁ । ତେବେ ଦୀପିକା କେବେ ପାଦୁକୋଣ ଦୀପିକା ସିଂ ବୋଲାଇବେ, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published.