୧୩ ବର୍ଷରୁ ରିଲେସନ୍ରେ ଥିଲେ ଦୀପିକା
ବଡ଼ ପରଦାର ‘ସିମ୍ବା’ ରଣବୀର୍ ସିଂଙ୍କ ସହିତ ହାତକୁ ଦି ହାତ ହୋଇଥିବା ଦୀପିକା ନିକଟରେ ଗଣମାଧ୍ୟମର ଏକ ସାକ୍ଷାତକାରରେ ବ୍ୟକ୍ତିଗତ ଜୀବନର କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଥିଲେ । ଦୀପିକାଙ୍କ କହିବା ଅନୁଯାୟୀ ସେ ୧୩ ବର୍ଷ ବୟସରୁ ରିଲେସନ୍ସିପ୍ରେ ରହିଥିଲେ । ତାଙ୍କ ଜୀବନରେ ଅନେକ ବ୍ୟକ୍ତି ଆସିଛନ୍ତି । ଦୀପିକା ନିଜ ପକ୍ଷରୁ ସବୁବେଳେ ଖୁସି ଦେଇଥିବାବେଳେ ଅନ୍ୟମାନେ ତାଙ୍କୁ କେବଳ ଧୋକା ଦେଇଛନ୍ତି । ଶେଷରେ ରଣବୀର କପୁର୍ଙ୍କ ସହ ବ୍ର୍ରେକ୍ଅପ୍ ପରେ ଦୀପିକା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ।
ଛିଦିନ ଏକାକୀ ରହିବାକୁ ଚାହୁଁଥିବା ସହିତ ଆଗାମୀ ଦିନରେ ସେ କେବଳ କାଜୁଆଲ୍ ଡେଟିଂରେ ବିଶ୍ୱାସ ରଖିଥିଲେ । କିନ୍ତୁ ଏଭଳି ଏକ ସମୟରେ ତାଙ୍କ ଜୀବନରେ ଆସିଥିଲେ ରଣବୀର୍ ସିଂ । ଦୀପିକା ରଣବୀର୍ ସିଂଙ୍କୁ ମଧ୍ୟ କାଜୁଆଲ୍ ଡେଟିଂ ଭାବେ ନେଇଥିଲେ । କିନ୍ତୁ କିଛି ଦିନ ପରେ ଦୁଦିଁଙ୍କ ମଧ୍ୟରେ ବିଶ୍ୱାସର ସେତୁ ଦୃଢ ହେବାରେ ଲାଗିଥିଲା । ଏହାର ପରିଣତି ଭାବେ ଆଜି ସେମାନେ ଦୁଇଜଣ ଏକ ଆଇଡିଆଲ୍ କପୁଲ୍ ଭାବେ ପରିଚିତ ।
ଦୀପିକାଙ୍କ ଏଭଳି ଏକ ସିକ୍ରେଟ୍ ଶୁଣିବା ପରେ ତାଙ୍କ ସିନେପ୍ରେମୀଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ମିଶ୍ରିତ ପ୍ରତିକିୟା ଆସିଛି ।