ଦୀପିକା ପାଦୁକୋନ୍ ଦୋସା
ବଲିଉଡ୍ ତାରକାଙ୍କ ପାଇଁ ସେମାନଙ୍କର ପ୍ରଶଂସକଙ୍କ ପାଗଳାମୀର ଅନେକ ନଜିର୍ ରହିଛି । ଏଭଳି ପାଗଳାମୀର ଆଉ ଏକ ଖବର ମିଳିଛି ଦୀପ୍ବୀର୍ଙ୍କୁ ନେଇ । ଏବେ ସିନେ ମହଲରେ ଦିପ୍ବୀର୍ ଏକ ହଟ୍ କପୁଲ୍ ଭାବେ ଚର୍ଚ୍ଚାରେ ଅଛନ୍ତି । ଦିନକୁ ଦିନ ଏହି ଯୋଡ଼ିଙ୍କୁ ନେଇ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଭାରତ ବାହାରେ ମଧ୍ୟ ଦୀପ୍ବୀର୍ଙ୍କ ଅଗଣିତ ପ୍ରଶଂସକ ଅଛନ୍ତି । ଦୀପ୍ବୀର୍ଙ୍କ ନାମର ଟାଟୁ ଆଜିକାଲି ଖୁବ୍ ଚାହିଦାରେ ରହିଛି । କେବଳ ଏତିକି ନୁହେଁ, ଏହି ଧାରାରେ ଆମେରିକାର ଏକ ରେଷ୍ଟୁରାଣ୍ଟ୍ରେ ଦୀପିକାଙ୍କ ନାମ ଅନୁଯାୟୀ ଏକ ଦୋସାର ନାମ ରଖାଯାଇଛି ‘ଦୀପିକା ପାଦୁକୋଣ୍’ ଦୋସା । ଆମେରିକାରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟ୍ର ମେନ୍ୟୁକୁ ସ୍କ୍ରିନ୍ସର୍ଟ କରି ରଣବୀର୍ ଓ ଦୀପିକା ନିଜ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି । ରଣବୀର୍ କ୍ୟାପସନ୍ରେ ଲେଖିଛନ୍ତି ‘ମୁଁ ଏହାକୁ ଖାଇବାକୁ ଚାହେଁ’ । ଏହାକୁ ନ ଦେଖିବା ପର୍ଯ୍ୟନ୍ତ ଆଦୌ ବିଶ୍ୱାସ କରିହେବନି । ଏଭଳି ଏକ ମଜାଦାର୍ ଖବର ପାଇବା ପରେ ଦୀପିକାଙ୍କ ପ୍ରଶଂସକ ଖୁବ୍ ଖୁସି ଅଛନ୍ତି ।