ନିର୍ଭୟା ମାମଲା: ଜାନୁୟାରୀ ୨୨ରେ ଫାଶୀ

ନୂଆଦିଲ୍ଲୀ, (ଓଟି): ଜାନୁୟାରୀ ୨୨ ତାରିଖ ସକାଳ ୭ଟା ବେଳେ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଫାଶୀ ଦିଆଯିବ। ଏନେଇ ପଟିୟାଲା ହାଉସ୍‌ କୋର୍ଟ ରା୍ର ଦେଇଛନ୍ତି। ୪ ଜଣଯାକ ଦୋଷୀଙ୍କୁ ଫାଶୀ ଦିଆଯିବ। ଦିଲ୍ଲୀ ହାଇକୋର୍ଟ ଏନେଇ ମୃତ୍ୟୁ ଦଣ୍ଡାଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷରୁ ଆବଶ୍ୟକ ଆଇନ୍‌ଗତ ପଦକ୍ଷେପ ନେବା ଲାଗି ସୁଯୋଗ ଦିଆଯାଇଛି। ୧୪ ଦିନ ଭିତରେ ସେମାନେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିପାରିବେ। ପୂର୍ବରୁ ମେ’ ୫ ତାରିଖ ୨୦୧୭ ମସିହାରେ ସୁପ୍ରିମ୍‌କୋର୍ଟ ଫାଶୀ ଦଣ୍ଡାଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ। 

୨୦୧୨ ଡିସେମ୍ବର ୧୬ରେ ଦକ୍ଷିଣ ଦିଲ୍ଲୀର ମଣ୍ଣିକାଠାରେ ଏକ ଚଳନ୍ତା ବସ୍‌ରେ ଜଣେ ପାରାମେଡିକାଲ୍‌ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ୨୯ ଡିସେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଘଟଣାର ୭ ବର୍ଷ ୭ ମାସ ପରେ ଏହି ମାମଲାର ଯବନୀକା ପଡ଼ୁଛି। 

କୋର୍ଟଙ୍କ ପକ୍ଷରୁ ଆଜି ତିହାର୍‌ ଜେଲରେ ବନ୍ଦୀ ଥିବା ଏହି ୪ ଦୋଷୀଙ୍କ ସହ ଭିଡିଓ କନ୍‌ଫରେନ୍ସୀଂରେ କଥା ହୋଇଛନ୍ତି। 

 

Leave a Reply

Your email address will not be published.