#କୋଭିଡ୍-୧୯: ଦେଶରେ ମୃତ୍ୟୁ ସଂଖ୍ୟା ୨୯

ନୂଆଦିଲ୍ଲୀ (ଓଟି): ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୧୦୭୧ ଜଣ ପଜିଟିଭଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି ଏବଂ ଦେଶର ବିଭିନ୍ନ ହସ୍ପିଟାଲରେ ୯୪୨ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ରବିବାର ଶେଷ ରିପୋର୍ଟ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିଲା। ତେବେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି।

ସୂଚନା ଅନୁସାର ମହାରାଷ୍ଟ୍ରରେ ସର୍ବାଧିକ ୮ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜରାଟରେ ୫ ଓ କର୍ଣ୍ଣାଟକରେ ୩ଜଣ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ମଧ୍ୟପ୍ରଦେଶ, ଦିଲ୍ଲୀ ଓ ଜମ୍ମୁ-କଶ୍ମୀରରେ ୨ଜଣ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି। ସେହିପରି ବିହାର, ହିମାଚଳପ୍ରଦେଶ, କେରଳ, ପଞ୍ଜାବ, ତାମିଲନାଡ଼ୁ, ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.