ବଢ଼ିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ (ଓଟି): କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏ ନେଇ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ହୋଇସାରିଛି। ମୁଦ୍ରାସ୍ଫୀତିର ବୃଦ୍ଧି ଓ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଆଧାର କରି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା ୭୨୦ରୁ ୧୦,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇବ। ଚଳିତ ମାସ ଏହି ଟଙ୍କା ମିଳିବ। ପୂର୍ବରୁ ଗତ ଜାନୁଆରୀ ପହିଲାରେ କେନ୍ଦ୍ର ସରକାର ଏ ସମ୍ପର୍କରେ ସୂଚନା ମଧ୍ୟ ଦେଇଥିଲେ। ଅନ୍ତିମ ଥର ଗତବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମୂଳ ଦରମାରୁ ଡିଏ (ମହଙ୍ଗା ଭତ୍ତା) ୧୭%କୁ ବୃଦ୍ଧି କରିଥିଲେ ଏବଂ ଗତ ଜୁଲାଇ ପହିଲାରୁ ଏହା ଲାଗୁ ହୋଇଥିଲା।
ସୂଚନାଯୋଗ୍ୟ, ବର୍ଷକୁ ୨ ଥର ମହଙ୍ଗା ଭତ୍ତା ଘୋଷଣା କରାଯାଏ। ପ୍ରତିବର୍ଷ ଜାନୁଆରୀରୁ ଜୁନ୍ ଓ ଜୁଲାଇରୁ ଡିସେମ୍ବର ମଧ୍ୟରେ ଏହି ଘୋଷଣା କରାଯାଇଥାଏ।