‘ଦେ ଦେ ପ୍ୟାର୍ ଦେ’ର ଫାଷ୍ଟ୍ ଡେ’ କଲେକସନ୍

ଅଜୟ ଦେବଗନ୍, ତବୁ ଓ ରକୁଲଙ୍କ ଅଭିନୀତ ରୋମାଣ୍ଟିକ୍ କମେଡ଼ି ‘ଦେ ଦେ ପ୍ୟାର୍ ଦେ’ ଟ୍ରେଡ୍ ବିଶେଷଜ୍ଞଙ୍କ ଆଶାନୁରୂପ ବ୍ୟବସାୟ କରିପାରିନାହିଁ । ପ୍ରଥମ ଦିନରେ ଏହା ୧୧-୧୨କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିପାରେ ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ଆକଳନ କରିଥିଲେ । କିନ୍ତୁ ଏହା ଓପନିଙ୍ଗ୍ ଡେ’ରେ ମାତ୍ର ୧୦ କୋଟି ୪୬ ଲକ୍ଷ ଟଙ୍କାର ବକ୍ସ ଅଫିସ୍ କଲେକସନ୍ କରିଛି । ଅକିବ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଶୁକ୍ରବାର ଦିନ ଔପଚାରିକ ଭାବେ ରିଲିଜ୍ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ପେଡ୍ ପ୍ରିଭ୍ୟୁ ଶୋ’ ଭାବେ ଏହାକୁ ଗୁରୁବାର ଦିନ ରିଲିଜ୍ କରାଯାଇଥିଲା ।

ତେବେ ଗୁରୁବାର ଓ ଶୁକ୍ରବାରକୁ ମିଶାଇ ଏହି ଫିଲ୍ମ ଘରୋଇ ବ୍ୟବସାୟ କ୍ଷେତ୍ରରେ ମାତ୍ର ୧୦ କୋଟିରେ ପହଞ୍ଚିଛି । ତଥାପି ଶନିବାର ଓ ରବିବାର ଦିନ ଏହି ଫିଲ୍ମର ବ୍ୟବସାୟରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଲଭ୍ ରଞ୍ଜନଙ୍କ ପ୍ରଯୋଜିତ ଏହି ଫିଲ୍ମ ୪୫ କୋଟି ବଜେଟ୍ରେ ନିର୍ମିତ ଏବଂ ଏହାକୁ ୩୭୫୦ ସ୍କ୍ରୀନରେ ପ୍ରଦର୍ଶିତ କରାଯାଇଥିଲା । ସେଥିମଧ୍ୟରୁ ୬୫୦ଟି ଓଭରସିଜ୍ ସ୍କ୍ରୀନ୍ ଭାବେ ସାମିଲ୍ ହୋଇଛି ।

Leave a Reply

Your email address will not be published. Required fields are marked *