କୋଭିଡ୍-୧୯: ଡିସିବି ବ୍ୟାଙ୍କର ୧ କୋଟି ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର, (ଓଟି): କୋଭିଡ୍୧୯ କରୋନା ଭୁତାଣୁର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଡିସିବି ବ୍ୟାଙ୍କ୍ । ଏହା ତାହାର କର୍ପୋରେଟ୍ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ୧ କୋଟି ଟଙ୍କା ଖର୍ଚ ପାଇଁ ଷଘାଷଣା କରିଛ ।ି ଆସନ୍ତା ୩ ମାସ ଭିତରେ ଏହି ଟଙ୍କା ଖର୍ଚ କରିବ । ଏହି ବିଜ୍ଞପ୍ତିରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ,
କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ୨୩ ମାର୍ଚ୍ଚ ୨୦୨୦ରେ ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଡିସିବି ବ୍ୟାଙ୍କ ପକ୍ଷରୁ ଭାରତରେ ବ୍ୟାପୁଥିବା କୋଭିଡ୍-୧୯ର ମୁକାବିଲା କରିବା ଲାଗି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)ର ଅଂଶ ଭାବେ ପଦକ୍ଷେପ ଗ୍ରହଣ କରିବା ଲାଗି ୧ କୋଟି ଟଙ୍କା ବ୍ୟୟ କରାଯିବାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରାଯାଇଛି ।
ଭାରତରେ କୋଭିଡ୍-୧୯ର ମୁକାବିଲା କରିବା ଲାଗି ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଏଜେନ୍ସି ଓ ସହଯୋଗୀଙ୍କ ସହ ସଂପର୍କ ସ୍ଥାପନ କରାଯିବ ।
ସିଏସ୍ଆର୍ ଅଭିଯାନ ଜରିଆରେ ସମଗ୍ର ଭାରତୀୟ ସମାଜ ଏବଂ ଏହାର ଲୋକମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ଡିସିବି ବ୍ୟାଙ୍କ ପ୍ରତିବଦ୍ଧ ।